Thursday , September 19 2019
Breaking News
Home / ବିଶେଷ / ସ୍ୱେଛାକୃତ ଅବସର ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ- ୧୯ ରେ ନେବେ ନୂତନ ଦାୟିତ୍ୱ

ସ୍ୱେଛାକୃତ ଅବସର ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ- ୧୯ ରେ ନେବେ ନୂତନ ଦାୟିତ୍ୱ

 ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-  ବରିଷ୍ଠ ଆଇଏଏସ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱେଛାକୃତ ଅବସର ଗ୍ରହଣ କଲେ । ୧୯୮୩ ବ୍ୟାଚ ଆଇଏଏସ ଅଧିକାରୀ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଗତ ୨୦୧୫ ମସିହା ନଭେମ୍ବର ୩୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଗୁରୁତ୍ୱପୁର୍ଣ୍ଣ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପଦବିରେ ତାଙ୍କ ନିଯୁକ୍ତି କୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ବିଦ୍ଧିବଦ୍ଧ ଭାବେ ଅନୁମୋଦନ କରିଥିବାରୁ ସେ ନିଜ ପଦବି ରୁ ସ୍ୱେଛାକୃତଭାବେ ଅବସରଗ୍ରହଣ କରୁଛନ୍ତି । ସ୍ୱେଛାକୃତ ଅବସରଗ୍ରହଣ ପରେ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପଦବି ରେ ଆସନ୍ତା ୧୯ ତାରିଖରେ ଯୋଗ ଦେବା ପାଇଁ ଅନୁମତି ମାଗିଛନ୍ତି  ।  ସ୍ୱେଛାକୃତ ଅବସର ପାଇଁ ୯୦ ଦିନିଆ ନୋଟିସ ର ଆବଶ୍ୟକ ଥାଏ । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ୱେଛାକୃତ ଅବସର ପାଇଁ ଲେଖିଛନ୍ତି ।  ନୂତନ ନିଯୁକ୍ତିରେ ସେ ଖୁସି ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *