Wednesday , December 11 2019
Home / ସ୍ୱାସ୍ଥ୍ୟ / ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି : ସିଆରଏମ ଟିମ୍

ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି : ସିଆରଏମ ଟିମ୍

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ରାଜ୍ୟ ସରକାର ଲୋକଙ୍କୁ ବିନା ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରୁଥିବା ୫-ଟି ଯୋଗୁଁ ଏହା ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ମିଶନ ମତ ଦେଇଛନ୍ତି । ଡାକ୍ତର ହିମାଂଶୁ ଭୂଷଣଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟି ଗତ ୧୭ ତାରିଖରୁ କନ୍ଧମାଳ ଓ ମୟୁରଭଞ୍ଜର ବିଭିନ୍ନ ଅଂଚଳ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । ଗସ୍ତ ସମୟରେ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଅନୁଷ୍ଠାନର ପର୍ଯ୍ୟବେକ୍ଷଣ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏହି ଗସ୍ତ କାଳରେ ସେମାନେ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଉପଖଣ୍ଡ ଚିକିତ୍ସାଳୟ ,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ହେଲଥ ୱେଲନେସ ସେଂଟର, ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଡାକ୍ତର, ପାରାମେଡିକ, ଆଶା, ଅଙ୍ଗନବାଡିକର୍ମୀ, ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଗ୍ରାମସଭାରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ରେକର୍ଡ ଯାଂଚ କରିବା ସହିତ ରୋଗୀ, ସେମାନଙ୍କର ସହାୟକ ଏବଂ ସାଧାରଣ ଲୋକଙ୍କ ସହିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ତାଙ୍କରି ଉପସ୍ଥାପନା କାଳରେ ସେମାନେ ଲୋକମାନଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତିିଭୂମିର ବିକାଶ, ସଫା ସୁତୁରା ବ୍ୟବସ୍ଥା, ନିରାମୟ ମାଧ୍ୟମରେ ମାଗଣା ଔଷଧ ପ୍ରଦାନ, ନିଦାନ ମାଧ୍ୟମରେ ମାଗଣା ରୋଗ ନିରୂପଣ, ମାଗଣା ଡାଏଲିସିସ ଏବଂ କର୍କଟରୋଗୀଙ୍କୁ କେମୋଥେରାପି ଆଦିକୁ ବିଚାରକୁ ନେଇଥିଲେ । ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି ଓ ସମ୍ପୂର୍ଣ୍ଣ ଟୀକାକରଣ, ଶିଶୁ ମାତୃ ମୃତୁ୍ୟହାର ହ୍ରାସ, ୱେଲନେସ ସେଂଟର, ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକାରିତା ନେଇ ସେମାନେ ପ୍ରଭାବିତ ହୋଇଛନ୍ତି । ସେହିପରି ବିଭିନ୍ନ କ୍ଷେତ୍ରରେ ତାଲିମପ୍ରାପ୍ତ ମାନବସମ୍ବଳ ବ୍ୟବସ୍ଥା, ମଧୁମେହ ଏବଂ ରକ୍ତଚାପ ଔଷଧ ମିଳିବା, ଆରଏନଟିସିପି, ଏନଭିବିଡିସିପି କାର୍ଯ୍ୟକ୍ରମ ସୁନ୍ଦରଭାବେ ଚାଲିଥିବା ସେମାନେ କହିଛନ୍ତି । ସେହିପରି ଉକ୍ରୃଷ୍ଟମାନର ସେବା ପାଇଁ ମାନବସମ୍ବଳ ପରିଚାଳନା, କାୟାକଳ୍ପ ପୁରସ୍କାର ପାଇବା ଓ ଲକ୍ଷ୍ୟ ସାର୍ଟିଫିକେଟ ମିଳିବା ପାରିଛି । ଓଡିଶା ମଧ୍ୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ସ୍ୱାସ୍ଥ୍ୟସେବାର କେତେକ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି, ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କର ତାଲିମ, ଜନସଚେତନତା ବୃଦ୍ଧି ପାଇଁ ଆଇଇସି କାର୍ଯ୍ୟକ୍ରମକୁ ଅଧିକ କି୍ରୟାଶୀଳ କରାଯିବାଲାଗି କହିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ତାଙ୍କର ମତାମତ ଦେଇ କହିଛନ୍ତି ଯେ ଟିମ୍ ର ସଦସ୍ୟମାନେ ଯେଉଁସବୁ ପଏଂଟ ଉପରେ ତାଙ୍କର ମତାମତ ଦେଇଛନ୍ତି ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଶୀଳନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ ଏହି ସିଆରଏମ ଟିମ୍ ର ଗସ୍ତ ନେଇ ତାଙ୍କର ଖୁସି ବ୍ୟକ୍ତ କରିବା ସହିତ ଟିମ୍ ର ମତାମତ ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ଏମ୍ ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡାକ୍ତର ହରପ୍ରସାଦ ପଟ୍ଟନାୟକ, ସମସ୍ତ ନିର୍ଦ୍ଧେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର ଶୁଭାରମ୍ଭ

କେନ୍ଦ୍ରାପଡା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-–ଭିନ୍ନକ୍ଷମଙ୍କ ସହାୟତା ଓ ପୁନଃ ପ୍ରତିଷ୍ଠା ପାଇଁ କାର୍ଯ୍ୟରତ ସ୍ୱେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର …

Leave a Reply

Your email address will not be published. Required fields are marked *