Monday , February 24 2020
Home / ବିଶେଷ / ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ମୁକୁଳିଲେ ୫ ଅଭିଯୁକ୍ତ

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ମୁକୁଳିଲେ ୫ ଅଭିଯୁକ୍ତ

ବାଲିଗୁଡ଼ା, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିବା ୫ ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଏମାନେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମୋକଦ୍ଧମା ବିରୋଧୀ ଅଭିଯାନ ଏମାନଙ୍କୁ ମୁକ୍ତି ଦେବା ପାଇଁ ପ୍ରୟାସ ଜାରି ରଖିଥିଲା । ଗତ ୨୬ ତାରିଖରେ ସୁପ୍ରିମକୋର୍ଟ ୫ ଜଣ ଦୋଷୀଙ୍କୁ ଜାମିନ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ଜାମିନ ବଳରେ ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ସଜ୍ଜା କାଟୁଥିବା ଦୁର୍ଯେ୍ୟାଧନ ସୁନାମାଝୀ, ଭାସ୍କର ସୁନାମାଝି ଓ ମୁଣ୍ଡା ବଡ଼ମାଝି କାରାଗାରରୁ ବାହାରିଛନ୍ତି । ଅନ୍ୟ ଦୁଇ ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ ଓ ସନାତନ ବଡ଼ମାଝୀ ଏମ. ରାମପୁର ଜେଲରୁ ଜାମିନରେ ବାହାରିଥିବା ଜଣାପଡ଼ିଛି । ଦୀର୍ଘ ୧୨ ବର୍ଷ ପରେ ଜାମିନ ପାଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶକୁ ସେମାନେ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *