Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ସ୍ୱାଧୀନତା ଦିବସ ପାଇଁ ଡାଲମିଆ ଭାରତ ଗ୍ରୁପପକ୍ଷରୁ ନୂଆ ଢଙ୍ଗରେ “ସାରେ ଜହାଁ ସେ ଆଛା’

ସ୍ୱାଧୀନତା ଦିବସ ପାଇଁ ଡାଲମିଆ ଭାରତ ଗ୍ରୁପପକ୍ଷରୁ ନୂଆ ଢଙ୍ଗରେ “ସାରେ ଜହାଁ ସେ ଆଛା’

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଦେଶର ଅଗ୍ରଣୀ ଶିଳ୍ପ ଭାବରେ ୧୯୩୯ରୁ କାର୍ଯ୍ୟକରି ଆସୁଥିବା ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ଏହି ସ୍ୱାଧୀନତା ଦିବସ ଉପଲେକ୍ଷ ଦେଶପ୍ରେମ ସଙ୍ଗୀତ ସାରେ ଜହାଁ ସେ ଆଛା ର ନୂତନ କଭରର ଉନ୍ମୋଚନ କରାଯାଇଛି । ବହୁଦିନ ଧରି ଏହି ଦେଶ ପ୍ରେମ ସଙ୍ଗୀତ ଭାରତୀୟ ମାନଙ୍କ ପାଇଁ ଜାତୀୟ ସଙ୍ଗୀତ ସଦୃଶ ଥିଲା । ଏହି ସ୍ମୃତିଚାରଣ କରି ସ୍ୱାଧୀନତା ଉତ୍ସବ ମନାଇବା ପାଇଁ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି । ଡାଲମିଆ ଭାରତ ଗ୍ରୁପ ଅତି ନିବିଡ ଭାବରେ ଏକ ଶଶକ୍ତ ଓ ସୁନ୍ଦର ଭାରତ ଗଠନ କାର୍ଯ୍ୟରେ ସମ୍ପୃକ୍ତ । ଏହାର ପ୍ରଗତୀ ଓ ଦେଶର ପ୍ରଗତୀ ଓତପ୍ରୋତୋଃ ଭାବରେ ଜଡିତ । ଡାଲମିଆ ଭାରତର କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ରସିକା କାଉଲ ଙ୍କ ମତରେ “ଭାରତ ଗଠନ ଡାଲମିଆ ଭାରତ ର ଡିଏନଏ ରେ ଅବସ୍ଥାପିତ । ଏହି ସଙ୍ଗୀତକୁ ଏକ ଅଭିନବ ଭାବରେ ସାମ୍ପ୍ରତିକ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଭଳି ପ୍ରସ୍ତୁତ କାରାଯାଇଛି । ଏଥିରେ ମୂଳ କାବ୍ୟକୁ ଯଥୋଚିତ ସମ୍ମାନ ଦେଇ ଆଧୁନିକ ସାଉଣ୍ଡ ବ୍ୟବହାର କରାଯାଇଛି ଯହାକି ସାମ୍ପ୍ରତିକ ଭାରତର ଆଦେଶ ଓ କ୍ଷମତା ମଧ୍ୟରେ ସମନ୍ୱୟ ସୃଷ୍ଟି କରିପାରିଛି । ” ସେ କହିଥିଲେ “ଡାଲମିଆ ଭାରତ ଦେଶର ପ୍ରଗତି ପାଇଁ ସର୍ବଦା ଉତ୍ସର୍ଗୀକୃତ । ଆମର ଦୃଢ ବିଶ୍ୱାସ ଯେ କିଛି ସଙ୍ଗୀତ କେବେବି ଭୁଲି ହୁଏନା ଯେପରି ସାରେ ଜହାଁ ସେ ଆଛା ହିନ୍ଦୁସ୍ତାନ ହମାରା ।”ଏହି ଫିଲ୍ମର ପ୍ରାରମ୍ଭରେ ଭାରତର ଦକ୍ଷିଣତମ ସ୍ଥାନରେ ସୁର୍ଯ୍ୟୋଦୟ ଦର୍ଶାଯାଇଛି । ସେହିଠାରୁ ଡାଲମିଆ ଭାରତର ବିଭିନ୍ନ ଅଫିସ ଓ ଟିମ ସଦଶ୍ୟ ଏକତ୍ରିତ ହୋଇ ଏହି ସଙ୍ଗୀତ କରିଛନ୍ତି । ତତ୍ପଶ୍ଚାତ ଏହି ଫିଲ୍ମରେ ଭାରତର ବିଶାଳ ଦୈର୍ଘ୍ୟ ପ୍ରସ୍ଥ, ଆତ୍ମବିଭୋରକାରି ପାହାଡ ପର୍ବତ ସୁନ୍ଦର ସବୁଜିମା, ମନୋଲୋଭା ସମୁଦ୍ରକୂଳ ଇତ୍ୟାଦି ଦର୍ଶାଯାଇଛି । ସର୍ବଶେଷ ଉତର ପୂର୍ବ ଆଡକୁ ଗତି କରି ହିମାଳୟରେ ସମାପ୍ତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *