Thursday , September 19 2019
Breaking News
Home / ବିଶେଷ / ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ

ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ / ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର / ପିଆଇବି)-ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ ଓ ଏହି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ସମ୍ମାନ ମିଳିବ ।
ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନି ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ ୮ ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ ୪୭ ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୪୪ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ ୮ ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ ୩୬ ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *