Monday , February 24 2020
Home / ବ୍ୟବସାୟ ବାଣିଜ୍ୟ / ସ୍ମାର୍ଟ ସିଟି ଭୁବନେଶ୍ୱରରେ ଖୋଲିଲା ଓଡ଼ିଶାର ପ୍ରଥମ ଇଣ୍ଡଲଜ୍ ବ୍ରାଇଡାଲ ଲାଉଁଜ୍‌

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଖୋଲିଲା ଓଡ଼ିଶାର ପ୍ରଥମ ଇଣ୍ଡଲଜ୍ ବ୍ରାଇଡାଲ ଲାଉଁଜ୍‌

ଲାଉଁଜ୍‌ରେ ମିଳିବ ମାଗଣା ଡେମୋ, ଫ୍ରି ସ୍ନାକ୍ସ, ଫଟୋଗ୍ରାଫି ସୁବିଧା
ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ସାଂପ୍ରତିକ ସ୍ଥିତିରେ ଆମ ରାଜ୍ୟ ଓଡି଼ଶାରେ କେଶ ବିନ୍ୟାସ ଓ ରୂପ ବିନ୍ୟାସର ଏକ ନୂଆ ଅଧ୍ୟାୟର ମୂଳଦୁଆ ପଡିଛି । ଓଡି଼ଶାର ପ୍‌୍ରଥମଥର ପାଇଁ ରୂପସଜ୍ଜା କ୍ଷେତ୍ରରେ ଏକ ଅଭିନଭ ବିପ୍ଲବ ଆଣିଛି ସତ୍ୟନଗର ସ୍ଥିତ ରିଲାଏନ୍‌ସ୍ ଜିୱେଲସ୍ ର ଦ୍ୱିତୀୟ ମହଲାରେ ନୂତନ ଭାବେ ଖୋଲିବାକୁ ଯାଉଥିବା ଇଣ୍ଡଲଜ୍ ବ୍ରାଇଡାଲ୍ ଲାଉଁଜ୍ । ଓଡି଼ଶାର ସୁନାମ ଧନ୍ୟା କଳାକାର ଓ ବସ୍ତ୍ର ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ବିଜେତା ନାୟିକା ପୁଷ୍ପା ପଣ୍ଡା ଏହି ଲାଉଁଜକୁ ଉଦ୍ଦଘାଟନ କରିଛନ୍ତି । ଅନ୍ୟ କଳାକାର ମାନଙ୍କ ମଧ୍ୟରେ ଅର୍ଚ୍ଚିତା ସାହୁ ଓ ଅନୁଭବ ସୌର‌୍ୟ ଉପସ୍ଥିତ ଥିଲେ । ଓଡି଼ଶାରେ ବିଭାହ ଋତୁରେ ସାଜସଜ୍ଜା ପାଇଁ ବହୁ ପାର୍ଲର ରହିଛି । କିନ୍ତୁ ସେମାନଙ୍କ ପାଇଁ ଇଣ୍ଡଲଜ ବ୍ରାଇଡାଲ ଲାଉଁଜ୍ ସମ୍ପୂର୍ଣ୍ଣ ଭାବରେ ଅଭିନବ ଓ ଅନନ୍ୟ ବ୍ୟବସ୍ଥା ଆଣିଦେବା ଲାଗି ସ୍ୱତନ୍ତ୍ର ପ୍ରୟାସ କରିଛି । ଏହି ବ୍ୟବସ୍ଥାରେ ବିବାହ କରିବାକୁ ଯାଉଥିବା ଝିଅମାନେ ଏଭଳି ସୁବିଧା ଓ ସୁଯୋଗ ପାଇପାରିବେ ଯାହା ସେମାନେ କେବେ ବି ପୂର୍ବରୁ ଅନ୍ୟତ୍ର ପାଇ ପାରିନଥିଲେ । ଏଠାରେ ମେକଅପ୍ ପାଇଁ ବ୍ୟବହୃତ ସମସ୍ତ ପ୍ରକାର ସାମଗ୍ରୀ ଆର୍ନ୍ତଜାତିକ ସ୍ତରୀୟ ଉତ୍ପାଦ ଅର୍ନ୍ତଭୁକ୍ତ । ଯାହାର ବ୍ୟବହାର ଭବିଷ୍ୟତରେ ତ୍ୱାଚା ଉପରେ କୌଣସିି ପ୍ରକାର ପ୍ରତିକୂଳ ପ୍ରଭାବ ପଡିନଥାଏ ବରଂ ଏହା ଉଜ୍ୱଳତା ଦୀର୍ଘ ଦିନ ଧରି ବଳବ ର ରହିଥାଏ । ମେକଅପ୍ ପୂର୍ବରୁ ଡେମୋ ନେବାର ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ । ଗ୍ରାହକ ମାନଙ୍କ ଇଚ୍ଛା ଓ ପସନ୍ଦକୁ ସର୍ବଗ୍ରେ ଗୁରୁତ୍ୱ ଦେବା ଇଣ୍ଡଲଜ୍ ବ୍ରାଇଡାଲ ଲାଉଁଜ୍ ର ମୁଖ୍ୟା ଉଦ୍ଦେଶ୍ୟ ବୋଲି ମୁଖ୍ୟ ପରିଚାଳିକା ସ୍ମ୍ରିତିଶ୍ୱେତା ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ କେବଳ ସେତିକି ନୁହେଁ ଏଠାରେ ଉପଲବ୍ଧ ରିଟେଲ୍ କାଉ ରରୁ ଗ୍ରାହକମାନେ ସେମାନଙ୍କର ମନପସନ୍ଦ ଓ ଉନ୍ନତ ମାନର ରୂପ ବିନ୍ୟାସର ସାମଗ୍ରୀ ପାଇପାରିବେ । ଏହି ଅବଧି ମଧ୍ୟରେ ସେମାନଙ୍କୁ ସ୍ନାକସ୍ ଓ ଅନ୍ୟାନ୍ୟ ସେବା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଓଡି଼ଶାରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ଆମେ ଗ୍ରାହକ ମାନଙ୍କ ପାଇଁ ଏକ ଅଭିନବ ସୁଯୋଗ ସୃଷ୍ଟି କରିବାକୁ ଯାଉଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ୧୦୦ ବ୍ରାଇଡାଲ୍ ବୁକିଂ ମଧ୍ୟରେ ଯେଉଁମାନେ ରହିବେ ସେ କ୍ଷେତ୍ରରେ ସେମାନଙ୍କୁ ମାଗଣାରେ ଭିନ୍ନ ଭିନ୍ନ ରୂପବିନ୍ୟାସ ସୁବିଧା ଯୋଗାଇ ଦିଆଯିବ । ପ୍ରାକ୍ ବ୍ରାଇଡାଲ ସେବା ପାଇଁ ୬୦୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ମେକପର ମୂଲ୍ୟ ୮୦୦୦ଟଙ୍କା ରଖାଯାଇଛି । ଏଥିରେ ମେକଅପ୍‌, ଶାଢ଼ୀ ଡ୍ରାପିଂ ଓ କେଶ ସଜ୍ଜା ସୁବିଧାରେ ମିଳିପାରିବ । ଯେଉଁ ଗ୍ରାହକ ମେକଅପ୍ ପାଇଁ ଆସିବେ, ସେମାନେ ଡେମୋ ମେକଅପ୍ ନେଇ ପାରିବେ । ସେମାନଙ୍କୁ ଯେଉଁ ମେକଅପ୍ ପସନ୍ଦ ହେବ ତାହାକୁ ସେମାନେ ବୁକିଂ କରିପାରିବେ ।
ଇଣ୍ଡଲଜ୍ ବ୍ରାଇଡ ଲାଉଁଜର ପରିଚାଳିକା ଆହୁରି କହିଛନ୍ତି ଯେ ବିବାହ ଋତୁ ବାଦ ଅନ୍ୟ ଉତ୍ସବ ପାଇଁ ଯାଉଥିବା ଜୁବତୀ ତଥା ମହିଳା ମାନଙ୍କ ମେକଅପ୍ ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା ଓ ବ୍ୟବସ୍ଥା ଉପଲବ୍ଧ । ସେମାନେ ବିନା କୌଣସି ଅସୁବିଧାରେ ଏହି ସବୁ ସୁବିଧା ଆରାମରେ ପାଇପାରିବେ । ଏହା ଏଭଳି ଏକ ପାର୍ଲର ଯାହା ଓଡି଼ଶାରେ ପ୍ରଥମ ଓ ସମ୍ପୂର୍ଣ୍ଣ ଭିନ୍ନ ଓଡି଼ଶାର ଯୁବତୀ ମାନଙ୍କର ଆବଶ୍ୟକତାକୁ ଏହା ପୂରଣ କରିବାରେ ସମର୍ଥ ହେବ ବୋଲି ମୁଁ ଆଶାବାଦି ବୋଲି ଶେଷରେ ସେ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *