Friday , October 18 2019
Breaking News
Home / କ୍ରୀଡ଼ା / ସ୍ନେହ ଓ ଏମ୍.ସି.ସି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଂଟ

ସ୍ନେହ ଓ ଏମ୍.ସି.ସି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲ୍ଥ (ସ୍ନେହ) ଓ ମେନୋନାଇଟ୍ ସେଂଟ୍ରାଲ୍ କମିଟି (ଏମ୍.ସି.ସି)ର ମିଳିତ ଆନୁକୁଲ୍ୟରେ ସାଲିଆ ସାହିସ୍ଥିତ ନୀଳଚକ୍ର ନଗର ବସ୍ତିରେ ଫୁଟବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଂଟରେ ନିତା ଅମ୍ବାନି ଫୁଟବଲ୍ ଏକାଡେମୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମହିଳା ଫୁଟବଲ୍ ଦଳ ମଧ୍ୟରେ ହୋଇଥିବା ମ୍ୟାଚ୍ ଶୂନ୍-ଶୂନ୍ ଗୋଲରେ ଅମୀମାଂସିତ ଭାବେ ସମାପ୍ତି ହୋଇଥିଲା ।
ଏଠାରେ ଉଲ୍ଲେଖ୍ୟଯୋଗ୍ୟଯେ ସ୍ନେହ ସଂସ୍ଥା ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଶାନ୍ତି ଏବଂ ସଦଭାବନା ପ୍ରତିଷ୍ଠା ଓ ସଚେତନତା ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିଆସୁଅଛି । କ୍ରୀଡା ମାଧ୍ୟମରେ ଭାତୃଭାବ, ସହନଶୀଳତା ଏବଂ ଦଳଗତ ନେତୃତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆସୁଅଛି । ବିଶେଷକରି ବସ୍ତି ଅଂଚଳରେ ରହୁଥିବା ଅବହେଳିତ ଗୋଷ୍ଠୀ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଆତ୍ମମର୍ଯ୍ୟଦା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଯୁବକ ଯୁବତୀ ମାନଙ୍କୁ ସଂଗଠିତ କରିବା ଉଦ୍ୟମ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଏହି ଟୁର୍ଣ୍ଣାମେଂଟକୁ ସ୍ନେହର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା, ରାଜ୍ୟ ମହିଳା କମିଶନ ସଦସ୍ୟା ଶ୍ରୀମତୀ ସ୍ନେହାଞ୍ଜଳୀ ମହାନ୍ତି, ନୟାପଲ୍ଲୀ ଥାନାର ସବ୍ ଇନିସପେକ୍ଟର ଶ୍ରୀଯୁକ୍ତ ସତ୍ୟନାରାୟଣ ବାରିକ୍ ଓ ସ୍ଥାନୀୟ ସମାଜସେବୀ ଶ୍ରୀଯୁକ୍ତ ଅବଧୂତ ସ୍ୱାଇଁ (ଅବଲ ଭାଇ) ମିଳିତ ଭାବେ ଉଦଘାଟନ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟାରେ ସ୍ନେହ ଦ୍ୱାରା ଆନ୍ତର୍ଯ୍ୟାତୀୟ ଶାନ୍ତି ଦିବସ ଉପଲକ୍ଷେ ଇଡକଲ୍ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦୁଇ ଫୁଟବଲ୍ ଦଳକୁ ପୁରସ୍କୃତ କରାଯିବାର ଯୋଜନା ରହିଛି । ଓଡ଼ିଶା ସମାଚାର

About admin

Check Also

ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରୀମତୀ ସୁମିତ୍ରା ତି୍ରପାଠୀ ପ୍ରଥମ ମହିଳା ବିଚାରକ

ଭୁବନେଶ୍ୱର,୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ୨୭.୯.୨୦୧୯ରିଖ ଠାରୁ ତା ୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁଷ୍ଠିତ ୫୩ତମ ଏସିଆନ ସୁନ୍ଦର …

Leave a Reply

Your email address will not be published. Required fields are marked *