Friday , September 20 2019
Breaking News
Home / ବିଶେଷ / ସ୍କିଲ ମନ୍ତ୍ରାଳୟ ର ୪ର୍ଥ ନ୍ୟାସନାଲ ଏଂଟରପ୍ରୋନିଓରସିପ ଆୱାର୍ଡ ୨୦୧୯ ପାଇଁ ମନୋନୟନ

ସ୍କିଲ ମନ୍ତ୍ରାଳୟ ର ୪ର୍ଥ ନ୍ୟାସନାଲ ଏଂଟରପ୍ରୋନିଓରସିପ ଆୱାର୍ଡ ୨୦୧୯ ପାଇଁ ମନୋନୟନ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ପ୍ରଥମପିଢିର ଯୁବ ଉଦ୍ୟୋଗୀ ମାନଙ୍କୁ ସମ୍ମାନୀତ କରିବା ପାଇଁ କେନ୍ଦ୍ର କୌଶଳ ବିକାଶ ଓ ଔଦଗୀକରଣ ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଏଂଟରପ୍ରୋନିଓରସିପ ଆୱାର୍ଡ ୨୦୧୯ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଭାରତ ସରକାରଙ୍କ ଏହି ପୁରସ୍କାର କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କର ଅଭିନବ ଚିନ୍ତାଧାରା, ସୃଜନଶୀଳତା ଏବଂ ସଫଳତା ପାଇଁ ଦିଆଯିବ । ଏଥିରେ ୪୫ଟି ବର୍ଗରେ ପୁରସ୍କାର ଦିଆଯିବ । ତନ୍ମଧ୍ୟରେ ୩୯ଟି ଏଂଟରପ୍ରାଇଜ ଆୱାର୍ଡ ଓ ୬ଟି ଏଂଟରପ୍ରେନିଓରସିପ ଇକୋସିଷ୍ଟମ ବିଲଡର ଆୱାର୍ଡ ପ୍ରଦାନ କରାଯିବ । ଏଥିରେ ଭାଗନେବାକୁ ଉଦ୍ୟୋଗୀଙ୍କୁ ୪୦ ବର୍ଷରୁ କମ ହୋଇଥିବା ଆବଶ୍ୟକ ଏଥିପାଇଁ ଯେ କୌଣସି ବ୍ୟବସାୟରେ ସର୍ବନିମ୍ନ ୫୧ ପ୍ରତିଶତ ଅଂଶଧନ ଥିବା ଆବଶ୍ୟକ । ମହିଳା ଉଦ୍ୟୋଗୀ ମାନଙ୍କ କ୍ଷେତ୍ରରେ ଏକୁଟିଆ ବା ଏକତ୍ର ଭାବରେ ୭୫ ପ୍ରତିଶତ ବା ତଦ୍ଦୁର୍ଦ୍ଧର ମାଲିକାନା ଥିବା ଆବଶ୍ୟକ । ଏହି ପୁରସ୍କାର ପାଇଁ ସାରା ଦେଶରୁ ଏକକ ଉଦ୍ୟୋଗୀ ଓ ଗ୍ରୁପ ମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଏଥିପାଇଁ ଜଣେ ନିଜକୁ ବା ଅନ୍ୟ ଜଣଙ୍କ ପାଇଁ ଆବେଦନ କରିପାରିବ । ଏହି ପୁରସ୍କାରରେ ୫ ଲକ୍ଷ ଟଙ୍କା, ଟ୍ରଫି ଓ ସାର୍ଟିଫିକେଟ ଦିଆଯିବ । ତିନୋଟି ପର୍ଯ୍ୟାୟରେ ଆବେଦନ ଗୁଡିକ ନିରିକ୍ଷଣ ପରେ ବିଭିନ୍ନ କ୍ଷେତ୍ରର ମନୋନିତ ଜାତୀୟ ଚୟନକାରୀ ମାନଙ୍କ ଦ୍ୱାରା ବିଜେତା ବଛାଯିବ । ଏହି ପୁରସ୍କାରରେ ଉତ୍କର୍ଷତା ଆଣିବା ପାଇଁ କୌଣସି କ୍ଷେତ୍ରରେ କେହି ମନୋନିତ ନହେଲେ ସେ ଆୱାର୍ଡ ନ ଦେବାର ନିଷ୍ପତି ଚୟନ କାର୍ତା ନେଇପରିବେ । ବିଗତ ଦିନର ବିଜେତା ମାନଙ୍କ ମଧ୍ୟରେ କେତେଗୁଡିଏ ପ୍ରସିଦ୍ଧ କମ୍ପାନୀ ୱାଓ ମୋମୋ ଫୁଡ, ଜେଟ ସେଟ ଗୋ ଅଭିଏସନ, ରେଜ କିନାରି ଡିଲାଇଟସ, ଓୱୋ ବ୍ରାଣ୍ଡର ଓରାଭେଲ ଷ୍ଟେଜ ଇତ୍ୟାଦି ଅନ୍ୟତମ । ଓଡ଼ିଶା ସମାଚାର

About admin

Check Also

ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *