Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ସୌରଶକ୍ତି ବ୍ୟବହାରର ବିକାଶ ପାଇଁ ଟାଟା ପାୱାର୍ସର ଅଭିଯାନ

ସୌରଶକ୍ତି ବ୍ୟବହାରର ବିକାଶ ପାଇଁ ଟାଟା ପାୱାର୍ସର ଅଭିଯାନ

ପୁରୀ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଏଣିକି ବାହାରର ବିଦ୍ୟୁତ ଶକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । ନିଜ ଛାତରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲରୁ ମିଳିବ ଅବଶ୍ୟକ ପରିମାଣର ବିଦ୍ୟୁତଶକ୍ତି । ଏହି ବିଦ୍ୟୁତ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତଶକ୍ତି ବାବଦରେ ବାର୍ଷିକ ୫୦ହଜାର ଟଙ୍କା ସଞ୍ଜୟ କରାଯାଇପାରିବ । ପୁରୀ ସହରର ଅଧିବାସୀମାନଙ୍କ ପାଇଁ ଭାରତର ସର୍ବବୃହତ ସୌରଶକ୍ତି କମ୍ପାନୀ ଟାଟା ପାୱାର୍ସ ପକ୍ଷରୁ ଆରମ୍ଭ କରାଯାଇଛି ଆବାସିକ ସୋଲାର ରୁଫଟପ ଅଭିଯାନ । ଆବାସିକ ଗୃହର ଛାତରୁ ବିଦ୍ୟୁତ ଶକ୍ତି ସଂଗ୍ରହ କରି ବ୍ୟବହାର କରିବା ନିମନ୍ତେ ବାସିନ୍ଦାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହି ଅଭିଯାନ ଆରମ୍ଭ କରାଯାଇଛି । ଦେଶର ୧୦୦ଟି ନଗରୀରେ ଏହି ଅଭିଯାନ କରାଯିବ । ସେସୁର କଚେରୀ ରୋଡସ୍ଥିତ ସବଷ୍ଟେସନରେ ଆୟୋଜିତ ଏକ ଉତ୍ସବରେ ଏହି ସୋଲାର ରୁଫଟପ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଏହି ଅଭିଯାନକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେସୁର ଅଧିକ୍ଷଣ ଯନ୍ତ୍ରୀ ପିକେ ସାହୁ ଉପସ୍ଥିତ ଥିଲେ । ପାରମ୍ପରିକ ବିଦ୍ୟୁତ ଶକ୍ତି ବଦଳରେ ଅଧିକରୁ ଅଧିକ ଭାବେ ସୌରଶକ୍ତି ଭଳି ଅକ୍ଷୟ ଶକ୍ତିର ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଉଦ୍ଦିଷ୍ଟ ବୋଲି ଉତ୍ସବରେ ଉପସ୍ଥିତ ଟାଟା ପାୱାର ସୋଲାରର ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଥିଲେ । ଟାଟା ପାୱାର ସୋଲାର ପକ୍ଷରୁ ସୌରଶକ୍ତିରୁ ବିଦ୍ୟୁତ ସଂଗ୍ରହ ପାଇଁ ସର୍ବାଧିକ ନିର୍ଭରଯୋଗ୍ୟ ଯାନ୍ତ୍ରିକ ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ସଂସ୍ଥାପିତ ହୋଇପାରୁଥିବା ଏହି ବିଦ୍ୟୁତ ବ୍ୟବସ୍ଥା ପରିବେଶ ଅନୁକୂଳ । ସୌରଶକ୍ତି ଉଦ୍ୟୋଗ କ୍ଷେତ୍ରରେ ଟାଟା ପାୱାର ସୋଲାରର ରହିଛି ସୁଦୀର୍ଘ ୨୯ବର୍ଷର ଅଭିଜ୍ଞତା । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ଆଜମିର ସମେତ ୨୯ଟି ସହରରେ ଟାଟା ପାୱାର ସୋଲାର ସଫଳତାର ସହ ସୌର ବିଦ୍ୟୁତ ବ୍ୟବସ୍ଥା ପ୍ରତିଷ୍ଠା କରିପାରିଛି । କମ୍ପାନୀ ପକ୍ଷରୁ ଗୁଣାତ୍ମକମାନ ସମ୍ପନ୍ନ ସୌର ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବା ସହ ଗ୍ରାହକମାନଙ୍କ ସନ୍ତୋଷ ବିଧାନ ପାଇଁ ରହିଛି ବ୍ୟାପକ ବ୍ୟବସ୍ଥା । ଟାଟା ପାୱାର ସୋଲାରର ଆବାସିକ ରୁଫଟପ ବିଦ୍ୟୁତ ବ୍ୟବସ୍ଥାର ସଂସ୍ଥାପନ ଫଳରେ ଡିଜେଲ ଚାଳିତ ଜେନେରେଟରର ବ୍ୟବହାର ହ୍ରାସ ପାଇବ ଓ ତତ୍ଦ୍ୱାରା ଇନ୍ଧନ ସଞ୍ଜୟ ହୋଇପାରିବ । ଦେଶସାରା ରହିଛି କମ୍ପାନୀର ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ବିକ୍ରି ଓ ସେବା କେନ୍ଦ୍ର । ନିକଟରେ ଟାଟା ପାୱାର ସୋଲାର ପାଉଗଡା ସୋଲାର ପାର୍କରେ ୪୦୦ ମେଗାୱାଟ ଉତ୍ପାଦନକ୍ଷମ ସୌରଶକ୍ତି ବ୍ୟବସ୍ଥା ସଫଳତାର ସହ ପ୍ରତିଷ୍ଠା କରିଛି । କୋଚି ବିମାନ ବନ୍ଦର ଓ ମୁମ୍ବାଇର କ୍ରିକେଟ ଷ୍ଟାଡିୟମରେ ଟାଟା ପାୱାର ସୋଲାର ଦ୍ୱାରା ମାତ୍ର ୧୦୦ଦିନ ମଧ୍ୟରେ ସୌରଶକ୍ତି ବ୍ୟବସ୍ଥା ପ୍ରତିଷ୍ଠା କରାଯାଇପାରିଛି ବୋଲି କମ୍ପାନୀର ଅଧିକାରୀମାନେ ପ୍ରକାଶ କରିଥିଲେ । ଟାଟା ପାୱାରର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ସିହ୍ନା ପୁରୀ ସହରର ଗ୍ରାହକମାନେ କମ୍ପାନୀର ଏହି ସେବାରୁ ସୁଫଳ ପାଇବେ ବୋଲି ପ୍ରକାଶ କରିଥିଲେ । ଟାଟା ପାୱାର(ରିନ୍ୟୁଏବୁଲ)ର ଅଧିକାରୀ ଆଶୀଷ ଖାନ୍ନା ଆଶା ପ୍ରକାଶ କରିଥିଲେ ଯେ ଏହି ନୂତନ ଅଭିଯାନ ଫଳରେ ଗ୍ରାହକମାନେ ବିଶେଷ ଉପକୃତ ହେବେ ଓ ବିଦ୍ୟୁତ ଖର୍ଚ୍ଚ ବଂଚାଇ ପାରିବେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *