Monday , December 16 2019
Breaking News
Home / ଶିକ୍ଷା / ସେମିଳିଗୁଡାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ସେମିଳିଗୁଡାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ସେମିଳିଗୁଡା,୦୨/୧୨/୨୦୧୯(ଓଡ଼ିଶା ସମାଚାର)-ସେମିଳିଗୁଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସେମିଳିଗୁଡା ବ୍ଲକ ଶିକ୍ଷା ଅଧିକାରୀ ଚାମେଲି ମଜୁମଦାର ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଏନ.ବିଜୟାକୁମାରୀ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ୫୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏଥିରୁ ଛଅଟି ପ୍ରକଳ୍ପକୁ ଜିଲାସ୍ତରୀୟ ବିଜ୍ଞାନ ମେଳରେ ଭାଗ ନେବା ପାଇଁ ବଛାଯାଇଥିଲା । ପୁଙ୍ଖାରର ଆଦର୍ଶ ବିଦ୍ୟାଳୟର ବିଶ୍ୱରୂପା ନାୟକ ଓ କ୍ଲିନ ଲିନେଓ ଙ୍କର ସସଟେନ ବେଲ ଏଗି୍ରକଲଚରାଲ ପ୍ରାକ୍ଟିସେସ ପ୍ରକଳ୍ପ, ହେଲଥ ପ୍ରକଳ୍ପରେ ଜି.ହାରିକା ଚୌଧୁରୀ, ସୁନାବେଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଉପେନ୍ଦ୍ର ଖୋସ୍ଲାଙ୍କ ପ୍ରକଳ୍ପ ରିସୋର୍ସ ମ୍ୟାନେଜମେଂଟ ପ୍ରକଳ୍ପ, ସୁବାଇ ଏସ.ଏଲ.ଏନ.ବିଦ୍ୟାଳୟର ନମ୍ରତା ମାଝିଙ୍କ ଇଣ୍ଡଷ୍ଟି୍ରଆଲ ଡେଭେଲପମେଂଟ ପ୍ରକଳ୍ପ, ସେମିଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଧନେଶ ଖରାଙ୍କ ପୁ୍ୟଚର ଟ୍ରାନ୍ସପୋର୍ଟ ଏଣ୍ଡ କମୁ୍ୟନିକେସନ ପ୍ରକଳ୍ପ, ପୁଙ୍ଗାର ଆଦର୍ଶ ବିଦ୍ୟାଳୟର ଅସ୍ମିତା ମଲ୍ଲିକଙ୍କ ଏଜୁକେସନାଲ ଗେମସ ଏଣ୍ଡ ମେଥମେଟିକାଲ ମଡେଲିଙ୍ଗ ପ୍ରକଳ୍ପକୁ ଜିଲାସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବାର ଜଣାପଡିଛି । ବିଚାରକ ଭାବେ ସଦଗୁରୁ ସାଇନାଥ ଇଂଟର ନ୍ୟାସନାଲ କଲେଜର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ତୁଷାରକାନ୍ତ ଭୁଜବଳ ଓ ଗଣିତ ବିଭାଗର ଅଧ୍ୟାପକ ସଂଗ୍ରାମକେଶରୀ ଜେନା ଦାୟିତ୍ୱ ତୁଲାଇଥିଲେ । ସେମିଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *