Friday , October 18 2019
Breaking News
Home / ରାଜନୀତି / ସେବା ସପ୍ତାହ ଉପଲକ୍ଷେ ଭାଜପା ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଓ ରୋଗୀଙ୍କୁ ଫଳ ବଂଟନ 

ସେବା ସପ୍ତାହ ଉପଲକ୍ଷେ ଭାଜପା ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଓ ରୋଗୀଙ୍କୁ ଫଳ ବଂଟନ 

ତାରପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଭାଜପା ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ୬୯ତମ ଜନ୍ମ ଦିନକୁ ସେବା ସପ୍ତାହ ପାଳନ ଅବସରରେ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଉପରେ ପ୍ରାଧାନ୍ୟ ଦିଆଯିବା ସହ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ସ୍ଥାନୀୟ ମଦନ ମୋହନ ମଠ ପରିସରରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ତଥା ଭାଜପା ନେତା ବିଭୁ ପ୍ରସାଦ ତରାଇ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ କର୍ମୀ ପ୍ଲାଷ୍ଟିକ ର ଭୟାଭୟ ସମ୍ପର୍କରେ ଅଂଚଳର ଜନସାଧାରଣଙ୍କୁ ପ୍ରକାଶ କରି  ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ସମ୍ପର୍କରେ  ସଚେତନ କରିପାରିଲେ ଏହାହିଁ ମୋଦିଙ୍କୁ ଶୁଭ କାମନାର ବାର୍ତା ଦେଇ ପାରିବ ବୋଲି ସେ ପ୍ରକାଶ କରିଥିଲେ । ମଣ୍ଡଳ ସଭାପତି ସୁବାସ ଜେନା, ଅଶୋକ କୁମାର ନାୟକ ପ୍ରମୁଖ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ଜିଲା ସମ୍ପାଦକ ବିଜୟ ଦାସ, ଇଂ ହରିହର ବେହେରା, ଜିଲାପରିଷଦ ସଭ୍ୟ ଅଶୋକ କୁମାର ମହାରଣା, ନିର୍ମଳ ମହାପାତ୍ର,  ମହିଳାମୋର୍ଚା ସଭାପତି କାମିନୀ ମହାପାତ୍ର. ଓ ମ୍ପାଦିକା ସସ୍ମିତା ପୋଥାଳ ପ୍ରମୁଖ ଯୋଗଦେଇ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ୱଛତା , ଯୋଗ , ବୃକ୍ଷ ରୋପଣ, ପ୍ରତି ୱାର୍ଡ଼ ସ୍ତରରେ ପ୍ଲାଷ୍ଟିକ ସଚେତନତା ଅଭିଯାନକୁ ଗୁରୁତ୍ୱ ଦେଇ ଲୋକଙ୍କ ମନରୁ ପ୍ଲାଷ୍ଟିକ ଜାତ ପଦାର୍ଥର ବ୍ୟବହାର ନିଷେଧ କରିବା ପାଇଁ ପରାମର୍ଶ ରଖିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ମଠ ପରିସରରୁ ବାହାରି ଥାନା ଛକ ଦେଇ ମେଡ଼ିକାଲ ପର୍ଯ୍ୟନ୍ତ ଆସିଥିଲା । କର୍ମୀମାନେ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଂଟନ କରିଥିଲେ । ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ ରଖି ଶପଥ ଗ୍ରହଣ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ …

Leave a Reply

Your email address will not be published. Required fields are marked *