Friday , November 22 2019
Breaking News
Home / କ୍ରୀଡ଼ା / ସେକ୍ ନଜିର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ : କେରଙ୍ଗ ଅହମଦୀୟା ମୁସଲିମ୍ ଏ କ୍ଲବ ଚାମ୍ପିଅନ

ସେକ୍ ନଜିର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ : କେରଙ୍ଗ ଅହମଦୀୟା ମୁସଲିମ୍ ଏ କ୍ଲବ ଚାମ୍ପିଅନ

ଖୋର୍ଦ୍ଧା, ୦୯/୦୯/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଫୁଟବଲ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସେକ ନଜିର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ଶରଧାପୁର ସ୍ପୋଟସ୍ କ୍ଲବ ଏବଂ କେରଙ୍ଗ ଅହମଦୀୟା ମୁସଲିମ ଏ କ୍ଲବ ମଧ୍ୟରେ ଖେଳା ଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ଆଠଗୋଟି ଦଳ ରାଇଜିଙ୍ଗଷ୍ଟାର ତରତୁଆ, ଜାଗରଣ କ୍ଲବ ପାଇତିଗିରିଆ, କେରଙ୍ଗ ଅହମଦୀୟା ମୁସଲିମ ଏ, ଆରିୟନ୍ସ କ୍ଲବ ଖୋର୍ଦ୍ଧା, ଜଗାକାଳିଆ କ୍ଲବ ବରସାହି, ସୁଭାଷ ସ୍ପୋଟିଙ୍ଗ ଏବଂ କେରଙ୍ଗ ଅହମଦୀୟା ମୁସଲିମ ବି କ୍ଲବ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଭାବେ ଅହମଦୀୟା ମୁସଲିମ ସଂଗଠନ କେରଙ୍ଗର ସଭାପତି ମୁନୱର ଅହମଦ ଖାଁ, ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ସରପଂଚ ମୁନିରୁଦ୍ଧିନ ଖାଁ, ଅମିରୁଦ୍ଧିନ ଖାଁ, ଶୋଏବ ଅହମଦ ଏବଂ ଫଜଲ ଅଲ୍ଲି ଯୋଗ ଦେଇଥିଲେ । ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ମାରି ପାରିନଥିଲେ  । ପରିଶେଷରେ ଟ୍ରାଇବେକରର ସହାୟତା ନିଆ ଯାଇଥିଲା । କେରଙ୍ଗ ଅହମଦୀୟା ମୁସଲିମ ଏ କ୍ଲବ ୫-୩ ଗୋଲ ବ୍ୟବଧାନରେ ଶରଧାପୁର ସ୍ପୋଟସ୍ କ୍ଲବକୁ ହରାଇ ଚମ୍ପିଅନ ହୋଇଥିଲା  । ଏହି ଫାଇନାଲ ଖେଳଟିକୁ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା କରୁଥିବା ବେଳେ ତାଙ୍କ ସହ ସଗିର ଅହମଦ ,ଅମଜାଦ ଖାଁ ଲାଇନ୍ସ ମ୍ୟାନ ଏବଂ ଅନ୍ୟାନ୍ୟ ମ୍ୟାଚରେ ଶୋଏବ ଅହମଦ, ଗୋଲାମ ସରୱର ଅହମଦ ଏବଂ ଫାରୁକ ଅହମଦ ଦାୟିତ୍ୱ ଭାର ତୁଲାଇ ଥିଲେ  । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜୟୀ ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରା ଯାଇଥିଲା  । ଓଡ଼ିଶା ସମାଚାର

About admin

Check Also

ହାଇଜମ୍ପରେ ସ୍ୱର୍ଣ୍ଣପଦକ ପାଇଲେ କେନ୍ଦ୍ରାପଡ଼ା ଛାତ୍ର

କେନ୍ଦ୍ରାପଡା, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଚାଲୁଥିବା ହାୟର୍ ସେକେଣ୍ଡାରୀ ସ୍କୁଲର +୨ ଛାତ୍ର ସରୋଜ କୁମାର …

Leave a Reply

Your email address will not be published. Required fields are marked *