Tuesday , January 28 2020
Breaking News
Home / ଶିକ୍ଷା / ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସବ ଅନୁଷ୍ଠିତ

ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସାବ ଏହାର କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏକ ସମାରୋହରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ ଦକ୍ଷତା କୌଶଳ ବିଭାଗର ସଚୀବ ଡଃ କେ.ପି. କ୍ରିଷ୍ଣନ୍ ଏବଂ ନାଗରିକ ବୈମାନିକ ବିଭାଗର ସଚୀବ ଶ୍ରୀଯୁକ୍ତ ପ୍ରଦୀପ ସିଂ ଖରୋଲା ପ୍ରମୁଖ ଅତିଥି ଭାବେ ଏହି ଉତ୍ସବ ରେ ଯୋଗ ଦେଇଥିଲେ । ଚଳିତ ବର୍ଷ ସ୍ନାତକ ଓ ସ୍ନାତକୋତର ବିଭାଗରେ ୧୨ଜଣ ପି.ଏଚ୍.ଡି ଲାଭ କରିଥିବା ବେଳେ ୪୫ଜଣ ଏମଫିଲ୍, ୧୭ ଜଣ ଏମଟେକ୍, ୪୯ ଜଣ ଏମବିଏ, ୪୨୩ ଜଣ ଏମଏସି, ୨ଜଣ ଏମଏ, ୨୫୨ ଜଣ ବିଏସସି, ୩ ଜଣ ବିଏ, ୫୦୨ ଜଣ ବିଟେକ୍, ୩ଜଣ ବିଆର୍କ, ୩୨ ଜଣ ବିବିଏ, ୭ ଜଣ ବିସିଏ, ୨୭୩ ଜଣ ବିଏସସି ଏଜି, ୨୦୫ ଜଣ ଡିପ୍ଲୋମା ଏବଂ ୫୫ ଜଣ ବିଫାର୍ମ ଉପାଧି ଲାଭ କରିଥିଲେ । ଏଥି ମଧ୍ୟରୁ ୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଉପାଧି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଦେଶର ସୁନାଗରିକ ଭାବେ ଗଢି ତୋଳିବାକୁ ଉପଦେଶ ଦେଇଥିଲେ । ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ ସମାଜ ଗଠନ କ୍ଷେତ୍ରରେ ଯେଉଁଭଳି ଭାବରେ ଶିକ୍ଷା ପ୍ରଦାନ କରୁଛି, ତାହା ପ୍ରଶଂସନୀୟ ବୋଲି ଶ୍ରୀ ଲାଲ୍ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଡଃ କେ.ପି.କ୍ରିଷ୍ଣନ୍ ଉପାଧି ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜନ୍ମ ଛାତ୍ରଛାତ୍ରୀ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । କାରଣ ଜୀବନର ପ୍ରତିଟି କ୍ଷେତ୍ରରେ ମଣିଷକୁ କିଛି ନା କିଛି ଶିକ୍ଷା ଲାଭ କରିବାକୁ ପଡିଥାଏ । ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ ଦେଶରେ ଉଦ୍ୟୋଗପତି ମାନଙ୍କୁ ତିଆରି କରିଥିବାରୁ ଛାତ୍ରଛାତ୍ରୀ ନିଜ ନିଜ ଜୀବନରେ ମୂଲ୍ୟବୋଧ ଭିତିକ କାର୍ଯ୍ୟ କରିବା ଉଚିତ୍ ବୋଲି ଶ୍ରୀ ପ୍ରଦୀପ ସିଂ କହିଥିଲେ । ସୂଚନାଯୋଗ୍ୟ ଯେ, ସେଂଚୁରିଅନ୍ ବିଶ୍ୱବଦି୍ୟାଳୟ ଦେଶର ପ୍ରଥମ ସ୍କିଲ୍ ବିଶ୍ୱବିଦ୍ୟାଳୟ ଭାବରେ ଘୋଷିତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *