Wednesday , January 29 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସକ୍ୟୁରି

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସକ୍ୟୁରି

କୋଣାର୍କ, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ତଥା ସଂରକ୍ଷଣଜନିତ ବହୁବିଧ ସମସ୍ୟାର ତଦାରଖ ନିମନ୍ତେ ଓଡିଶା ହାଇକୋର୍ଟ ପକ୍ଷରୁ ଆମିକସ କ୍ୟୁରି ଭାବେ ନିଯୁକ୍ତ ବରିଷ୍ଟ ଆଇନଜୀବୀ ଏନ୍.କେ. ମହାନ୍ତି ସୋମବାର ଅପରାହ୍ନ ସାଢ଼େ ୪ ଟା ରେ କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ପରଖିଛନ୍ତି । ବର୍ଷା ସମୟରେ ମନ୍ଦିର ପରିସରରେ ପାଣି ଜମିରହିବା, ମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନର ଚାରିପଟେ ଘେରିଥିବା ଲୁହାପାଇପ ଭାରା, ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥରଖଣ୍ଡର ଅବକ୍ଷୟ ଆଦି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଥିବା ଆମିକସକ୍ୟୁରି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଏସ୍ଆଇ ପକ୍ଷରୁ ମନ୍ଦିରର ବାସ୍ତବ ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ଏବଂ ସରକାରଙ୍କୁ ଅନ୍ଧାରରେ ରଖାଯାଉଥିବା ସ୍ଥାନୀୟ ସାମ୍ବାଦିକମାନେ ଆମିକସକ୍ୟୁରିଙ୍କୁ ଅବଗତ କରିଥିଲେ । ଏ ସମ୍ପର୍କରେ ଆମିକସକ୍ୟୁରି କହିଲେ ଯେ, ମୁଁ ପ୍ରଥମଥର ଏହି ସମସ୍ୟାର ଅନୁଧ୍ୟାନ ନିମନ୍ତେ ଆସିଛି । ଖୁବଶିଘ୍ର ସୂର୍ଯ୍ୟମନ୍ଦିର ସଂରକ୍ଷଣ ସହିତ ଜଡିତ ଷ୍ଟିଅରିଂ କମିଟିକୁ ଡାକାଇ କୋଣାର୍କରେ ଏକ ବୈଠକ ଆୟୋନ କରିବି ଏବଂ ସେ ସମୟରେ ଗଣମାଧ୍ୟମକୁ ସମସ୍ତ ତଥ୍ୟ ମୁଁ ଦେବି । ଏହି ଅବସରରେ ଆମିକସକ୍ୟୁରିଙ୍କ ସହିତ ସୂର୍ଯ୍ୟମନ୍ଦିର ବିଶେଷଜ୍ଞ କମିଟିର ସଦସ୍ୟ ତଥା ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଡ. ଏନ.ସି.ପାଲ ମନ୍ଦିର ପରିଦର୍ଶନ କରିଥିଲେ । ଡକ୍ଟର ପାଲ ମନ୍ଦିରର ବାସ୍ତ ସ୍ଥିତି ସମ୍ପର୍କରେ ଆମିକସକ୍ୟୁରିଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ …

Leave a Reply

Your email address will not be published. Required fields are marked *