Thursday , September 19 2019
Breaking News
Home / ରାଜନୀତି / ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି

ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି

ମାର୍ଶାଘାଇ, ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କାନପୁର ମା’ଶାରଳା ମଣ୍ଡପରେ ବିଜେପି ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଉପସଭାପତି ଭୁବନ ମୋହନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଯୋଗଦେଇ ସୁଷମାଙ୍କ ବୈଦେଶିକ ନୀତି ବିଦେଶରେ ଭାରତର ସମ୍ମାନକୁ ଶିଖରରେ ପହଞ୍ଚାଇଥିଲା ବୋଲି କହିଥିଲେ । କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ସାଧାରଣ ସଂପାଦକ ହେମନ୍ତ କୁମାର ପରିଡା, ସଂପାଦକ ପ୍ରସନ୍ନ ପରିଡା, ମାର୍ଶାଘାଇ ଜୋନ ସଭାପତି ଇଂ. ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ବିଜେଡି …

Leave a Reply

Your email address will not be published. Required fields are marked *