Monday , December 9 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ସିର୍ଲୋ ପଞ୍ଚାୟତ ବରହମପୁରଠାରେ ୨୭ତମ ବୋଈତ ବନ୍ଦାଣ ଉତ୍ସବ

ସିର୍ଲୋ ପଞ୍ଚାୟତ ବରହମପୁରଠାରେ ୨୭ତମ ବୋଈତ ବନ୍ଦାଣ ଉତ୍ସବ

ନିଶ୍ଚିନ୍ତକୋଇଲି ୧୩/୧୧/୨୦୧୯(ଓଡିଶା ସମାଚାର /ଅଭୟ ଜେନା )- କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ପଞ୍ଚାୟତର ବରହମପୁର ମହାନଦୀ ଘାଟରେ ବୋଈତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ନିଗମ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ବିଜେପି ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ,ସାଲେପୁର ପ୍ରାକ୍ତନ ବିଧାୟକ ପ୍ରକାଶ ବେହେରା, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା,କୃଷକ ମୋର୍ଚା ଉପସଭାପତି ହୃଷିକେଶ ଜେନା,ଏଲ୍.ଆଇ.ସି ୱେଲଥ୍ ମ୍ୟାନେଜର ପ୍ରଭାକର ମହାପାତ୍ର, କଟକ ସଦର କ୍ଲବ ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟ ଜେନା, ଚୌଧୁରୀ ବିକାଶ ଦାସ ପ୍ରମୁଖ ଅତିଥିମାନେ ମହାନଦୀରେ ସୁସଜ୍ଜିତ ନୌକାରେ ପରିକ୍ରମା କରିଥିଲେ।ପ୍ରାରମ୍ଭରେ ବୋଈତ ବନ୍ଦାପନା କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ଅତିଥିମାନେ ଯୋଗ ଦେଇ ବିଗତ ୨୭ ବର୍ଷ ଧରି ଚାଲିଆସିଥିବା ଏହି କାର୍ୟ୍ୟକ୍ରମ ଦ୍ବାରା ଅତିତର ନୌବାଣିଜ୍ୟ ପରମ୍ପରା ଏହାଦ୍ବାରା ଉଜ୍ଜୀବିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଗନ୍ଧର୍ବ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାମ୍ବାଦିକ ବିଜୟ ସ୍ୱାଇଁ , ନେମାଳ ବିଜେପି ମଣ୍ଡଳ ସଭାପତି ରଞ୍ଜନ ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ବ୍ୟଙ୍ଗକବି ପ୍ରଦୀପ୍ତ କୁମାର ଆଚାର୍ୟ୍ୟଙ୍କ ରଚିତ ‘ବ୍ୟଙ୍ଗ ପସରା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଦେବେନ୍ଦ୍ର ନାଥ ବାରିକ୍ ସାଂସ୍କୃତିକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ପଳାକ୍ଷୀ କ୍ଲବର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *