Thursday , November 14 2019
Breaking News
Home / ତାଜା ଖବର / ସିମେଂଟ ବୋଝେଇ ଟ୍ରକ ରେ ଦେଢ଼କୋଟି ଟଙ୍କାର ଗେଞ୍ଜଇ ଚୋରା ଚାଲାଣ – ୧୫ କ୍ୱିଂଟାଲ ଗେଞ୍ଜଇ ଜବତ, ୨ ଗିରଫ

ସିମେଂଟ ବୋଝେଇ ଟ୍ରକ ରେ ଦେଢ଼କୋଟି ଟଙ୍କାର ଗେଞ୍ଜଇ ଚୋରା ଚାଲାଣ – ୧୫ କ୍ୱିଂଟାଲ ଗେଞ୍ଜଇ ଜବତ, ୨ ଗିରଫ

ମାଲକାନଗିରି, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ସିମେଂଟ ବୋଝେଇ ଟ୍ରକ ରେ ଗେଞ୍ଜଇ ଚୋରା ଚାଲାଣ ବେଳେ ୨ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଅନୁଗୁଳ ଜିଲା ଅନ୍ତର୍ଗତ ନାଲକୋ ଅଂଚଳ କାଳଣ୍ଡାସାରର ବିଶ୍ୱଜିତ ଭାଦୁରୀ (୨୬) ଓ ବନରପାଲ ଗ୍ରାମର ସିନୁ ସାମଲ(୨୩) । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସାର କମ୍ପାନୀ ଛକ ନିକଟରେ ପୁଲିସ ଗାଡ଼ି ଯାଂଚ କରୁଥିଲା । ଏକ ସିମେଂଟ ବୋଝେଇ ଟ୍ରକ ରେ ଗେଞ୍ଜଇ ଚୋରା ଚାଲାଣ କରାଯାଉଥିବା ଯାଂଚ ସମୟରେ ଧରା ପଡିଥିଲା । ଏଥିରେ ଥିବା ୩୫୦ ବସ୍ତା ସିମେଂଟ, ୧୫ କ୍ୱିଇଂଟାଲ ଗେଞ୍ଜଇ ସହ ଟ୍ରକ ଜବତ ହୋଇଛି । ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନୀରିକ୍ଷକ ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ କର୍ମଚାରୀ ଗତକାଲି ରାତ୍ରୀରେ ଏସାର କମ୍ପାନୀ ଛକ ନିକଟରେ ଗାଡ଼ିର କାଗଜ ପତ୍ର ଯାଂଚ କରୁଥିଲେ । ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ପଟରୁ ଏକ ଟ୍ରକ ଦୃତଗତିରେ ଆସୁଥିବା ଦେଖି ପୁଲିସ ଟ୍ରକକୁ ଅଟକାଇଥିଲା । ଏହାଦେଖି ୨ ଜଣ ଟ୍ରକରୁ ଓହ୍ଲାଇ ଦୌଡ଼ି ପଳାଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ଟ୍ରକକୁ ଯାଂଚ କରିବାରୁ ସେଥିରେ ସିମେଂଟ ବସ୍ତା ସହ ଗେଞ୍ଜଇ ଥିବା ଜାଣିବାକୁ ପାଇଥିଲା । ଗେଞ୍ଜଇ ଓ ସିମେଂଟ ବସ୍ତା ସହ ୨ ମୋବାଇଲ ଫୋନ ଓ ନଗଦ ୫ ହଜାର ଟଙ୍କା ଜବତ ହୋଇଛି । ଏହି ଗେଞ୍ଜଇ ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡାରୁ ଅନୁଗୁଳକୁ ଚାଲାଣ ହେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜବତ ଗେଞ୍ଜଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆରକ୍ଷୀ ଅଧିକ୍ଷକ ରିଷିକେଷ ଡି.ଖିଲାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଜି ୨ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଖିଲାରୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉତେଜନା : ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପାରାଦ୍ୱୀପ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ନିକଟସ୍ଥ ଚୂନ ଗ୍ରାମର ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀ ଓଝା (ମାମାଲି ) (୧୯ବର୍ଷ) ଙ୍କ ମୃତ ଦେହ …

Leave a Reply

Your email address will not be published. Required fields are marked *