Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ସିମେଂଟ ଉଦ୍ୟୋଗରେ ସର୍ବବୃହତ କାର୍ବନ କ୍ୟାପଚର ପ୍ଲାଂଟ ପାଇଁ ଡାଲମିଆ ସିମେଂଟ ଓ କାର୍ବନ କ୍ଲିନ ସଲ୍ୟୁସନ୍ ସହବନ୍ଧିତ

ସିମେଂଟ ଉଦ୍ୟୋଗରେ ସର୍ବବୃହତ କାର୍ବନ କ୍ୟାପଚର ପ୍ଲାଂଟ ପାଇଁ ଡାଲମିଆ ସିମେଂଟ ଓ କାର୍ବନ କ୍ଲିନ ସଲ୍ୟୁସନ୍ ସହବନ୍ଧିତ

ନୂଆଦିଲ୍ଲୀ / ଭୁବନେଶ୍ୱର ,୨୧/୦୯/୨୦୧୯(ଓଡ଼ିଶା ସମାଚାର)-:ଭାରତର ଅଗ୍ରଣୀ ସିମେଂଟ କମ୍ପାନୀ ଡାଲମିଆ ସିମେଂଟ ପକ୍ଷରୁ ତାମିଲନାଡୁ ସ୍ଥିତ ସିମେଂଟ ପ୍ଲାଂଟରେ ବାର୍ଷିକ ୫୦୦,୦୦୦ ଟନ କ୍ଷମତାର କାର୍ବନ କ୍ୟାପଚର ପ୍ଲାଂଟ ନିର୍ମାଣ କରିବାକୁ ଘୋଷଣା କରାଯାଇଛି । ଏଥିପାଇଁ କମ୍ପାନୀ ବ୍ରିଟେନର କାର୍ବନ କ୍ଲିନ ସଲ୍ୟୁସନ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । କାର୍ବନ  ବ୍ୟବହାର କରି ସ୍ୱଳ୍ପ ମୁଲ୍ୟରେ କାର୍ବନ ଡାଇଅକ୍ସାଇଡ (ଉଙ୨) ଅଲଗା କରିବା ପ୍ରଯୁକ୍ତି ପାଇଁ ପ୍ରସିଦ୍ଧ । ବର୍ତମାନ ଚାଇନା ଏବଂ ୟୁରୋପର କିଛି ସିମେଂଟ ପ୍ଲାଂଟରେ ଛୋଟ ଧରଣର କାର୍ବନ କ୍ୟାପଚର ପ୍ଲାଂଟ ବସାଯାଇଛି । ତେବେ ସିମେଂଟ ଉଦ୍ୟୋଗରେ ଆଜି ପର୍ଯ୍ୟନ୍ତ ଏତେ ବଡ କ୍ଷମତା ଘୋଷଣା କରାଯାଇନଥିଲା । ଅନ୍ୟ ଉଦ୍ୟୋଗ ମାନଙ୍କୁ ବା କେମିକାଲ ନିର୍ମାତା ମାନଙ୍କୁ ସିଧା ସଳଖ ବିକ୍ରି ଛଡା ଏହି ବୃହତ ପ୍ଲାଂଟରୁ ମିଳୁଥିବା କାର୍ବନ ଡାଇଅକ୍ସାଇଡ ର ବିଭିନ୍ନ ଉପଯୋଗ ଉପରେ ଅନୁସନ୍ଧାନ କରାଯିବ । ଡାଲମିଆ
ସିମେଂଟ ର ପରିଚାଳନା ନିଦେ୍ର୍ଦଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେନ୍ଦ୍ର ସିଂଘି କହିଛନ୍ତି, “ବର୍ତମାନ ଜଳବାୟୁ ସଙ୍କଟର ସମାଧାନ ପାଇଁ ସମୟଆସିଛି । ଏକ ପ୍ରଗତିଶୀଳ ଉଦ୍ୟେଗ ଭାବରେ ଡାଲମିଆ ସିମେଂଟ ୨୦୪୦ ସୁଦ୍ଧା କାର୍ବନ ନେଗେଟିଭ୍ ହେବା ପାଇଁ ପ୍ରତିଶୃତିବଦ୍ଧ । ସିମେଂଟ ଉତ୍ପାଦନ ବେଳେ କ୍ୟାପଚରିଂ ପ୍ରକ୍ରିୟା ମହତ୍ୱପୁର୍ଣ୍ଣ । ୨୦୪୦ ସୁଦ୍ଧା କାର୍ବନ ଶୁନ୍ୟ ହେବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଉପଯୋଗୀ ହେବ ।” କାର୍ବନ କ୍ଲିନ ସଲ୍ୟୁସନ୍ ର ସହ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ଶର୍ମା କହିଛନ୍ତି, “ଏହି ଉଦ୍ୟୋଗର ଅଗ୍ରଣୀ ପ୍ରଦର୍ଶନ ପରିଯୋଜନାରେ ଡାଲମିଆ ସହ ସହବନ୍ଧିତ ହୋଇ ଆମେ ଉସôାହିତ । ଡିକାର୍ବନାଇଜେସନ ପାଇଁ ଆମର ସ୍ୱଳ୍ପ ମୁଲ୍ୟର ମଡୁଲାର ଉଙ ୨ କ୍ୟାପଚର୍ ପ୍ରଯୁକ୍ତି ବ୍ୟବହାର କରି ଡାଲମିଆ ସିମେଂଟ କୁ ସମାଧାନ ଯୋଗାଇ ଦେବାକୁ ଯୋଜନା କରିଛୁ ।”ସିମେଂଟ ଉତ୍ପାଦନ ରେ ବ୍ୟବହୃତ ଚୁନପଥରର କ୍ୟାଲସିନେସନ ପ୍ରକ୍ରିୟାରେ ହେଉଥିବା ନିର୍ଗମ ଯୋଗୁ ସିମେଂଟ ଉଦ୍ୟୋଗକୁ ହାର୍ଡ -ଟୁ- ଆବେଟ କ୍ଷେତ୍ରଭାବରେ ପରିଗଣନା କରାଯାଏ । କଂକ୍ରିଟ ଉତ୍ପାଦନ ପାଇଁ ସିମେଂଟ ଏକ ଅତ୍ୟାବଶ୍ୟକିୟ ନିର୍ମାଣ ସାମଗ୍ରୀ ଅଟେ । ଯଦିଓ କିଛି ସିମେଂଟ ନିର୍ମାଣରେ ଚୁନ ପଥର କ୍ୟାଲସିନେସନ୍ର ଆବଶ୍ୟକତା ନାହିଁ । କିନ୍ତୁ ଏହା ପାଇଁ ବିକଳ୍ପ ଖଣିଜ ପଦାର୍ଥ ଆବଶ୍ୟକ । ସଧାରଣ ପ୍ରକ୍ରିୟାରେ ଉତ୍ପାଦନରେ ନିର୍ଗମ କମ କରିବା ପାଇଁ ୍ୟାପଚର ପ୍ରକ୍ରିୟାରେ ଉଙ୨ ନିୟନ୍ତ୍ରଣ ଏକ ମାତ୍ର ଉପାୟ । ସିମେଂଟ ଉଦ୍ୟୋଗରୁ ପ୍ରଥମ କମ୍ପାନୀ ଭାବରେ ଡାଲମିଆ ସିମେଂଟକୁ ୟୁଏନ ସେକ୍ରେଟାରୀ ଜେନେରାଲଙ୍କ ତରଫରୁ ଚଳିତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା କ୍ଲାଇମେଟ ଆକ୍ସନ ସମିଟ୍ ରେ ଉଦବୋଧନ ଦେବା ପାଇଁ ନିମନ୍ତ୍ରିତ କରାଯାଇଛି । କମ୍ପାନୀ ତରଫରୁ ବିଶ୍ୱସ୍ତରରେ ସବୁଜ ସିମେଂଟ ଉତ୍ପାଦନ ପାଇଁ ଅନେକ ଯୋଜନା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *