Sunday , December 8 2019
Home / ବିଶେଷ / ସିଆରପିଏଫ ୮ମ ବାଟାଲିୟନ କୋଠା ଉଦଘାଟିତ

ସିଆରପିଏଫ ୮ମ ବାଟାଲିୟନ କୋଠା ଉଦଘାଟିତ

ମୁନିଗୁଡ଼ା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଝିଲ୍ଲିଗୁଡାରେ କେନ୍ଦ୍ରୀୟ ସୁରକ୍ଷା ପୁଲିସ ବାହିନୀ ଅଷ୍ଟମ ବାଟାଲିୟନ ର ନିଜସ୍ୱ ପ୍ରଶାସନିକ କୋଠା ରେଞ୍ଜ ଡିଆଇଜି ଏସ.ଡି ପାଣ୍ଡେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ପାରମ୍ପାରିକ ରୀତିନୀତି ଓ ପୂଜାର୍ଚ୍ଚନା ସହ ଶ୍ରୀ ପାଣ୍ଡେ ଏହାକୁ ଉଦଘାଟନ କରି ଦେଶର ସୁରକ୍ଷା ନିରାପତା ଓ ଅଭ୍ୟନ୍ତରୀଣ ଶାନ୍ତି ସଦଭାବନା ବଜାୟ ରଖିବାରେ ଯବାନଙ୍କ ନିଷ୍ଠାପର ସେବାର ସ୍ମୃତିଚାରଣ କରି ଉଦବୋଧନ ଦେଇଥିଲେ । ଅଷ୍ଟମ ବାଟାଲିୟନ କମାଣ୍ଡାଂଟ ଏନ.କେ ସିଂଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ ଉତ୍ସବାନୁଷ୍ଠାନରେ ସେକେଣ୍ଡ ଇନ କମାଣ୍ଡାଂଟ ରାମାବତାର ଭାଲୋଟିଆ, ଡେପୁଟି କମାଣ୍ଡାଂଟ କଦମ ସିଂଦଲାଲ, ୪ର୍ଥ ବାଟାଲିୟନ ର କମାଣ୍ଡାଂଟ ୱାଇ.ଏସ ରାଜପୁତ, ୬୪ ବାଟାଲିୟନ କମାଣ୍ଡାଂଟ ବିପ୍ଲବ ସରକାର, ବିଏସଏଫ କମାଣ୍ଡାଂଟ ଆର.କେ ଅଗ୍ରୱାଲ ଇନିସ୍ପେକ୍ଟର କେ.ସି ମଲ୍ଲିକ, ଏସ.ଆଇ ପି.ଡି ବର୍ମନଙ୍କ ସମେତ ବାଟାଲିୟନ ଯବନା, ସ୍ଥାନୀୟ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରକାଶ ଥାଉକି ପୂର୍ବରୁ ମୁନିଗୁଡ଼ା କୃଷକ ବଜାର ପ୍ରାଙ୍ଗଣରେ ଅସ୍ଥାୟୀ ଭାବେ ଏହାର ମୁଖ୍ୟାଳୟ ପରିଚାଳିତ ହୋଇଆସୁଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଖାଉଟିବିବାଦ ପ୍ରତିକାର ମଂଚ ଦ୍ୱାରା ବରୋଦା ବ୍ୟାଙ୍କ ଦଣ୍ଡିତ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଶୁକ୍ରବାର ଜଗତସିଂଗପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଂଚ ଜାକିର ହୁସେନ୍ ନାମଙ୍କ ଜଣେ …

Leave a Reply

Your email address will not be published. Required fields are marked *