Saturday , February 29 2020
Breaking News
Home / ଶିକ୍ଷା / ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାକ କର୍ମଶାଳା

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାକ କର୍ମଶାଳା

ସାଲେପୁର ୧୫/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା): ଡଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟର ସହବର୍ଣ୍ଣନରେ  ଏକ ନାକ ପ୍ରସ୍ତୁତି କର୍ମଶାଳା ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପତ୍ର ବିନିମୟ ଶିକ୍ଷାର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ସୁସ୍ମିତ ପ୍ରସାଦ ପାଣି ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ୮ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆଇ କ୍ୟୁ ଏ ସି ର ସଂଯୋଜକମାନଙ୍କୁ ଉଦବୋଧନ ଦେଇ ନାକ ର ବିଧିବିଧାନ ଏବଂ ମହାବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ଗୁଡ଼ିକ ମୂଲ୍ୟାଙ୍କିତ ହେଲେ ଏହା କେନ୍ଦ୍ର , ରାଜ୍ୟ ଓ ବିଶ୍ୱ ବ୍ୟାଙ୍କ୍ ର ସୁବିଧା ଲାଭ କରିବେ ବୋଲି ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ସାଲେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଉମେଶ ଚନ୍ଦ୍ର ପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହାବିଦ୍ୟାଳୟର ଅଗ୍ରଗତିର ଚିତ୍ର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ସାଲେପୁର ମହାବିଦ୍ୟାଳୟ ନାକର ତୃତୀୟ ମୂଲ୍ୟାଙ୍କନ ପରିଧିକୁ ଚଳିତବର୍ଷ ସମାପ୍ତ କରିବ ବୋଲି ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଜେ. ଏନ୍‌. କେଲେଜ କୁଆଁପାଳ, ଏମ୍‌. ପି. କଲେଜ ଏରକଣା, ବହୁଗ୍ରାମ ମହାବିଦ୍ୟାଳୟ, ଟାଙ୍ଗୀ ମହାବିଦ୍ୟାଳୟ ଓ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଆଇ କ୍ୟୁ ଏ ସି ର ସଂଯୋଜକମାନେ ଯୋଗଦେଇ ତାଙ୍କର ମୂଲ୍ୟାବାନ୍ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସାଲେପୁର ମହାବିଦ୍ୟାଳୟର ପ୍ରକାସିନୀ ରାୟ, ଡ଼ଃ ସଂଗୀତା ମିଶ୍ର, ବିଜୟ ଜେନା, ଅସିତ୍ ପରିଜା ପ୍ରମୁଖ ଯୋଗଦେଇଥିବା ବେଳେ   ଆଇ କ୍ୟୁ ଏ ସି ର ସଂଯୋଜକ ଡ଼ଃ ଦେବେନ୍ଦ୍ର ନାରାୟଣ ପତ୍ରି ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜରେ ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ …

Leave a Reply

Your email address will not be published. Required fields are marked *