ସାଲେପୁର,୧୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଦୁଇଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଶିଶୁ ମହୋତ୍ସବ ଓ ବିଜ୍ଞାନମେଳା ଗତକାଲି ଉଦଯାପିତ ହୋଇଯାଇଛି । ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ସାଲେପୁରରେ ଏପରି ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା ଅନୁଷ୍ଠିତ କରାଯାଉଥିବାରୁ ଶିକ୍ଷାବିଭାଗକୁ ପ୍ରଶଂସା କରିଥିଲେ । ସେହିପରି ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ତେଣୁ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଅଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ସାଲେପୁର ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ, ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ବିଳାସିନୀ ବାହିନୀପତି, ସାଲେପୁର ହାଇସ୍କୁଲ ପ୍ରଧାଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ବହୁଗ୍ରାମ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କୁନ୍ତଳାକୁମାରୀ ଖଟୁଆ, ଏକ୍ରାମ ରସୁଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ଦାଶ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିଶୁମହୋତ୍ସବରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଓ ବିଜ୍ଞାନମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ସାଲେପୁର ବ୍ଲକ ରେ ଟପ୍ପର ହୋଇଥିବା ରୋଜାଲିନ୍ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସାଲେପୁର ମଣ୍ଡଳ ଅତିରିକ୍ତ ଶିକ୍ଷାଅଧିକାରୀ ଜଗବନ୍ଧୁ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଲେପୁର ଶିକ୍ଷାମଣ୍ଡଳର ସମସ୍ତ ସି.ଆର.ସି.ସି. ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
