Saturday , December 7 2019
Home / କ୍ରୀଡ଼ା / ସାଲେପୁର ଫୁଟବଲ୍ ଆସୋସିଏସନ୍ ର ବୈଠକ

ସାଲେପୁର ଫୁଟବଲ୍ ଆସୋସିଏସନ୍ ର ବୈଠକ

ସାଲେପୁର,୧୮/୧୧/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ରବିବାର ସନ୍ଧ୍ୟାରେ ସାଲେପୁର ହାଇସ୍କୁଲ ପରିସରରେ ସାଲେପୁର ଫୁଟବଲ୍ ଆସୋସିଏସନ ର ଏକ ବୈଠକ ଆସୋସିଏସନ୍ ର ସଭାପତି ପ୍ରଦୀପ୍ତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସହସଂପାଦକ କମଳାକାନ୍ତ ପତି ଆଲୋଚନା ସଂପର୍କରେ ସମସ୍ତ ବିବରଣୀ  ପାଠ କରିଥିଲେ । ଏହି ବୈଠକରେ ଆସନ୍ତା ମାସରେ ଏକ ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ସାଲେପୁରଠାରେ ଅନୁଷ୍ଠିତ କରାଯିବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ମଲ୍ଲ, ରହିମ୍ ବକ୍ସ, ପ୍ରମୋଦ ସାହୁ, ଆର. ଆପାରାଓ, କୃଷ୍ଣଚନ୍ଦ୍ର ଦାଶ, ରମେଶ ବିଶ୍ୱାଳ, ଅକ୍ଷୟ ନନ୍ଦ, ଦତିକୃଷ୍ଣ ବେହେରା, ରସାନନ୍ଦ ସାମଲ, ଅଚ୍ୟୁତାନନ୍ଦ ମହାପାତ୍ର, ପରଭେଜ ଅଲ୍ଲୀ, ଗୋପବନ୍ଧୁ ଭୂୟାଁ, ସାନନ୍ଦ ଭୋଇ, ଅଜୟ ଜେନା, ଲଲିନ୍ ଜେନାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ  ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

ବୋରିଗୁମ୍ମା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ବୋରିଗୁମ୍ମା ବ୍ଲକ ଅଧୀନ ଦୁଲାଗୁଡା ମା’ଦୁଲାରଦେଇ ଫୁଟବଲ କମିଟି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଛି …

Leave a Reply

Your email address will not be published. Required fields are marked *