Thursday , September 19 2019
Breaking News
Home / ବିଶେଷ / ସାଲେପୁର ପୋଲିସ ପକ୍ଷରୁ ଏକାଧିକ ଗ୍ୟାରେଜ ଉପରେ ଚଢ଼ଉ, ୩ ନାବାଳକ ଉଦ୍ଧାର

ସାଲେପୁର ପୋଲିସ ପକ୍ଷରୁ ଏକାଧିକ ଗ୍ୟାରେଜ ଉପରେ ଚଢ଼ଉ, ୩ ନାବାଳକ ଉଦ୍ଧାର

ସାଲେପୁର, ୧୪/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା)-  ସାଲେପୁର ପୋଲିସ ଏକାଧିକ ଗ୍ୟାରେଜ ଉପରେ ଚଢ଼ଉ କରି ୩ଜଣ ନାବାଳକକୁ ଉଦ୍ଧାର କରି ତାଙ୍କ ପରିବାର ଜିମା ଦେଇଥିବା ଜଣାଯାଇଛି । ଏବେ ସମଗ୍ର ରାଜ୍ୟରେ ପରୀ-୩ ଅଭିଯାନ ଚାଲିଥିବାବେଳେ ସାଲେପୁର ପୋଲିସ କୁଆଁପାଳ ରୋଡ ରେ ଥିବା ମୁଷୋ ଗ୍ୟାରେଜ ଉପରେ ଚଢ଼ଉ କରି ବଣହରା ଗ୍ରାମର ପରିକ୍ଷୀତ ବେହେରାଙ୍କ ନାବାଳକ ପୁତ୍ର ସତ୍ୟପ୍ରକାଶ ବେହେରା(୧୭), ପାଟପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ପୁତ୍ର ଗୋପିନାଥ ବେହେରା(୧୭)ଙ୍କୁ ଉଦ୍ଧାର କରିଥିଲେ । ସେହିପରି ଚାରିମାଣିଆ ବଜାରରେ ଥିବା ସନାତନ ଗ୍ୟାରେଜ ଉପରେ ଚଢ଼ଉ କରି ମାହାଙ୍ଗା ଥାନା ଅନ୍ତର୍ଗତ ତ୍ରିବେଣୀଶ୍ୱର ଗ୍ରାମର ପରିକ୍ଷିତ ସାହୁଙ୍କ ପୁତ୍ର ବିଶାଲ ସାହୁ(୧୭)ଙ୍କୁ ଉଦ୍ଧାର କରି ଥାନାକୁ ଆଣିବାପରେ ସମସ୍ତଙ୍କୁ ଲେଖାପଢ଼ା କଲାପରେ ତାଙ୍କ ବାପାମା’ ଜିମା ଦେଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପରୀ-୩ ଅଭିଯାନରେ ସାଲେପୁର ପୋଲିସ ଅଦ୍ୟାବଧି ଏହି ଅଂଚଳର ୭ରୁ ଉଦ୍ଧ୍ୱର୍ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *