Monday , December 16 2019
Breaking News
Home / ବିଶେଷ / ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଂଚଳରେ ଗ୍ରାମାଂଚଳରେ ଥିବା ବିଭିନ୍ନ ବଜାରମାନଙ୍କରେ ବ୍ୟାପକ ମାତ୍ରାରେ ବିଭିନ୍ନ କମ୍ପାନୀର ନକଲି ସିମେଂଟ୍ ବିକ୍ରୟ ହେଉଥିôବା ଅଭିଯୋଗ ହେଉଛି । ସାଲେପୁର ବ୍ଲକ୍ ରାମେଶ୍ୱର, ମାଳଲେଖନପୁର, ଭୀମରାଜପୁର, ପଟୁଆହାଟ ସମେତ ସାଲେପୁରର ଦ୍ୱୀପାଂଚଳରେ ଥିବା ରଟିଲୋ, ତରିତୋ, ବୋଇଲ, ସୋଗଲ ଆଦି ଛୋଟ ଛୋଟ ବଜାରମାନଙ୍କରେ ନକଲି ସିମେଂଟ୍ ବିକ୍ରି ହେଉଛି । ଗ୍ରାମାଂଚଳର ସିମେଂଟ ବ୍ୟବସାୟୀମାନଙ୍କୁ ବିଭିନ୍ନ କମ୍ପାନୀର ସିମେଂଟ୍ ଯୋଗାଉଥିବା ହେଲସେଲରମାନେ ବିଭିନ୍ନ କମ୍ପାନୀର ଲୋଗୋ ଥିବା ନକଲି ସିମେଂଟ୍ ଯୋଗାଉଥିବା ଅଭିଯୋଗ ହେଉଛି । ସେହିପରି ଗ୍ରାମାଂଚଳର ଜନସାଧାରଣମାନେ ଏହି ଦୋକାନରୁ ସିମେଂଟ୍ ନେଇ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଫଳରେ ଅଧିକାଂଶ ସ୍ଥାନରେ ଏହି ନକଲି ସିମେଂଟ୍‌ରେ ଗୃହ ନିର୍ମାଣ କରାଯାଉଥିବାରୁ ନିର୍ମାଣ କାର୍ଯ୍ୟ ଭୁଷୁଡ଼ି ପଡୁଛି । ବିଭାଗୀୟ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏହି ଅଂଚଳମାନଙ୍କରେ ବିକ୍ରୟ ହେଉଥିବା ନକଲି ସିମେଂଟ ଉପରେ ରୋକ୍ ଲଗାଇବା ସହ ନକଲି ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଚକ୍ରୋଡା ପଂଚାୟତରେ ଗ୍ରାମୀଣ ପାଠାଗାର ଓ ଗ୍ରାମୀଣ  ଉଦ୍ୟାନର ଶିଳାନ୍ୟାସ

କେନ୍ଦ୍ରାପଡା ୧୪/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା  ଗ୍ରାମପଂଚାୟତରେ ରବିବାର ପୂର୍ବାହ୍ନରେ ଏକ ଗ୍ରାମୀଣ ପାଠାଗାର ଓ ଏକ …

Leave a Reply

Your email address will not be published. Required fields are marked *