Saturday , January 25 2020
Breaking News
Home / ବିଶେଷ / ସାମ୍ବାଦିକାଙ୍କୁ ଏସିଡ୍ ମାଡ ଧମକ – ବିଭିନ୍ନ ମହଲରେ ନିନ୍ଦା

ସାମ୍ବାଦିକାଙ୍କୁ ଏସିଡ୍ ମାଡ ଧମକ – ବିଭିନ୍ନ ମହଲରେ ନିନ୍ଦା

ଜଗତସିଂହପୁର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକା ନାଉଗାଁ ବ୍ଲକ ରୋହିଆ ଅଂଚଳର ଲିଲନ୍ ପ୍ରଭା ପାଢୀଙ୍କୁ ସେହି ରୋହିଆ ଗ୍ରାମର ରଶ୍ମୀ ରଞ୍ଜନ ମହାନ୍ତି ଓ ତାଙ୍କ ମାଆ ରାସ୍ତାରେ ଅଟକାଇ ବିଭିନ୍ନ ପ୍ରକାର ଅଶ୍ରାଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏସିଡ୍ ପକାଇ ଆକ୍ରମଣ କରିବା ଧମକକୁ, ଜଗତସିଂହପୁରର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଏଥି ସହିତ ଏହି ଘଟଣାର ଅଭିଯୁକ୍ତ ମାଆ ଓ ପୁଅଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏନ୍.ୟୁ,ଜେ ଜଗତସିଂହପୁର ଜିଲ୍ଲା ଶାଖା ସାମ୍ବାଦିକ ସଂଘର ସଭାପତି ମହେଶ୍ୱର ତ୍ରୀପାଠୀ, ସମ୍ପାଦକ ନୃସିଂହ ଚରଣ ବାରିକ, ଉପଦେଷ୍ଟା ଅଜୟ କୁମାର ଜେନା, କାହ୍ନୁ ଚରଣ ନନ୍ଦ, ସରୋଜ କୁମାର ନାୟକ, ବେଣୁଧର ମଲ୍ଲିକ ପ୍ରମୁଖ ଅନେକ ସଭ୍ୟମାନେ ଦାବି କରିଛନ୍ତି ।
ସୂଚନାରୁ ଜଣାଯାଇଛି, ଜଣେ ସରକାରୀ କର୍ମଚାରୀ ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରୀ କରିଥିବା ସନ୍ଦେହରେ ମହିଳା ସାମ୍ବାଦିକା ଲିଲନ୍ ପାଢୀ ଖୋଳ ତାଡ କରୁଥିଲେ । ଏହି ଘଟଣା ସର୍ମ୍ପକରେ ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ଗ୍ରାମର ରଶ୍ମୀ ରଞ୍ଜନ ମହାନ୍ତି ଓ ତାଙ୍କ ମାଆ ଜାଣିପାରି ଗତ ଶୁକ୍ରବାର ସାମ୍ବାଦିକା ଘରୁ ନାଉଗାଁ ଅଭିମୁଖେ ଆସୁଥିବା ସମୟରେ ରାସ୍ତାରେ ଅଟକାଇ ଉପରୋକ୍ତ ଧମକ ଦେଇଥିଲେ । ଏହି ଘଟଣାରେ ସାମ୍ବାଦିକା ନାଉଗାଁ ଥାନାରେ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୪୧/ ୨୯୪/ ୫୦୬/ ୫୦୯/ ୩୪ ଆଇପିସିରେ ମାମଲା ନଂ ୧୮୪/୨୦୧୯ ରୁଜୁ କରାଇବା ସହିତ ଏସ୍.ପି ପ୍ରକାଶ ଆରଙ୍କ ନିକଟରେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ଦାବି ଜଣାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିବା ସହିତ ନିନ୍ଦା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *