Wednesday , December 11 2019
Home / ତାଜା ଖବର / ସାପ ନେଲା ନାବାଳକର ଜୀବନ

ସାପ ନେଲା ନାବାଳକର ଜୀବନ

ମାଲକାନଗିରି, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଂଚାୟତର ଦୁର୍ଗମ ତୁମଗୁଡା ଗ୍ରାମରେ ଏକ ବିଷଧର ସାପ କମୁଡାରେ ଜଣେ ୪ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ପୋଟେରୁ ଫାଣ୍ଡି ପୁଲିସ ନାବାଳକର ମୃତଦେହକୁ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁମଗୁଡା ଗ୍ରାମର ପାଣ୍ଡୁ ମାଡକାମି ତାଙ୍କ ସ୍ତ୍ରୀ ଉରେ ଏବଂ ୨ ପୁଅ ରମେଶ (୪) ଓ ଦେବେନ୍ଦ୍ର (୫) ଗୋଟିଏ ଘରେ ଶୋଇଥିଲେ ।  ଶନିବାର ରାତିରେ ପରିବାରର ସମସ୍ତେ ଖାଇସାରି ଶୋଇପଡିଥିଲେ । ବାପା ପାଣ୍ଡୁ ପାଖରେ ସାନପୁଅ ରମେଶ ଶୋଇଥିବା ବେଳେ ହଠାତ ରମେଶକୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସେ ଗୁରୁତର ହୋଇପଡିଥିଲା । ତୁମଗୁଡା ଗ୍ରାମକୁ ରାସ୍ତାଘାଟ ନଥିବା ବେଳେ ରମେଶକୁ ପରିବାର ଲୋକ ମେଡିକାଲ ଆଣିପରି ନ ଥିଲେ । ସକାଳେ ରମେଶକୁ ଧରି ଏମଭି-୫୫ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ରମେଶର ପ୍ରାଣବାୟୁ ଉଡି ଯାଇଥିଲା । ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ବାଘ ଆତଙ୍କ, ସାଧାରଣରେ କୋକୁଆ ଭୟ

ପାରାଦୀପ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦ୍ୱୀପ ନିକଟସ୍ଥ ବାଉରିଆପାଳନ୍ଦା ବସ୍ତି ନିକଟସ୍ଥ ଆଇଓସିଏଲ୍ ଏଲପିଜି ଟର୍ମିନାଲ ପରିସରରେ ଏକ ବାଘ …

Leave a Reply

Your email address will not be published. Required fields are marked *