Monday , February 24 2020
Breaking News
Home / ରାଜନୀତି / ସାନ୍ତପୁର ପଂଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ଓ ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ

ସାନ୍ତପୁର ପଂଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ଓ ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ

ନିଶ୍ଚିନ୍ତକୋଇଲି, ୦୪/୧୦/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା)-ସାନ୍ତପୁର ପଂଚାୟତ ବକ୍ରେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ କଟକ ସଦର ବିଜୁ ଜନତା ଦଳର ଏକ କର୍ମୀ ସମାବେଶ ଓ ସାଧାରଣ ସଭା ମହାତ୍ମାଗାନ୍ଧିଙ୍କ ୧୫୦ବର୍ଷ ଜନ୍ମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ କର୍ମୀମାନେ ଲୋକମାନଙ୍କ ସହ ସୁ ସଂପର୍କ ରକ୍ଷା କରିବା ସହ ସାଧାରଣ ଜନତାର ସୁଖ ଦୁଃଖରେ ଭାଗୀଦାର ହୋଇ ନିକଟତର ହୋଇପାରିଲେ ଦଳ ଅଧିକ ମଜବୁତ୍ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆବାସ ଯୋଜନାରେ ଗରିବ ଓ ଅସହାୟ ଲୋକଙ୍କୁ ଚୟନ କରି ସହାୟତା ପ୍ରଦାନ କରିବା ସହ ଏଥିପାଇଁ ଲା କାରବାର ଯେପରି କରା ନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅଚ୍ୟୁତାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦୀଜବର ପଣ୍ଡା, ଭୁବନାନନ୍ଦ ଦଳାଇ , ବିଜେଡ଼ି ନେତା ରମେଶ ସ୍ୱାଇଁ, ନୃସିଂହ ଚରଣ ମୁଦୁଲି , ଜିଲ୍ଳା ପରିଷଦ ସଦସ୍ୟ ସୁଦ୍ରା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ । ବିଧାୟକ ଶ୍ରୀ ବେହେରା ସାନ୍ତପୁର ପଂଚାୟତରେ ଜନ ସଂପର୍କ ପଦଯାତ୍ରାରେ ଯାଇ ପାଳଦା ଠାରୁ ଅରେଇ ଭାୟା ଓରିକା ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରିଥିଲେ ଓ ବକ୍ରେଶ୍ୱର କୋଠଗୃହର ଶିଳାନ୍ୟାସ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନାର୍ଦ୍ଧନପୁର ପ୍ରାକ୍ତନ ସରପଂଚ ବିଶ୍ୱଭୂଷଣ ନାୟକ , ବିଜେଡ଼ି ଯୁବନେତା ପ୍ରଦୀପ କୁମାର ଦାସ, ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ । କଳମିଶ୍ରି ପଂଚାୟତ ସଭାପତି ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଏସସିବି ୨ୟ କ୍ୟାମ୍ପସ୍ ସମ୍ପୂର୍ଣ୍ଣ ରୂପରେଖ ବାବଦରେ ଶ୍ୱେତପତ୍ର ଜାରି କରିବାକୁ ଦାବି – ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ଯୁବମୋର୍ଚ୍ଚା

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- କଟକ ବଡ଼ ମେଡିକାଲ(ଏସ୍‌ସିବି)ର ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । …

Leave a Reply

Your email address will not be published. Required fields are marked *