Saturday , February 29 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି 

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି 

ଅନୁଗୁଳ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)-ଅନୁଗୁଳ ବନମଣ୍ଡଳରେ କୁମ୍ଭୀର ସଂଖ୍ୟା ୧୩୧ କୁ ବୃଦ୍ଧିପାଇଛି । ଗତବର୍ଷ ସାତକୋଶିଆ, ମହାନଦୀ ଓ ଆଠମଲ୍ଲିକ ବନଖଣ୍ଡରେ ମୋଟ ୧୧୨ଟିକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ୩ ବନଖଣ୍ଡରେ ୧୯ଟି କୁମ୍ଭୀର ବୃଦ୍ଧି ଘଟିଥିବା ଆରସିସିଏଫ୍ ପ୍ରଦୀପ କରାଟେ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୯ରୁ ୧୧ ତାରିଖପର୍ଯ୍ୟନ୍ତ          ଅନୁଗୁଳ ବନମଣ୍ଡଳରେ     କୁମ୍ଭୀରଗଣନା       ହୋଇଥିଲା ।ମହାନଦୀ ଓ ସାତକୋଶିଆ ଓ  ଆଠମଲ୍ଲିକର  ବିଭିନ୍ନ ଜଳାଶୟରେ ମୋଟ ୧୩ଟି ଟିମରେ     ୫୦     ଜଣ କର୍ମଚାରୀ   ଏହି   ଗଣନା କରିଥିଲେ ।  ଏହି  ଗଣନାପାଇଁ ବନ ବିଭାଗ ତରଫରୁ୧୩ଟି ଦେଶୀ ଡଙ୍ଗା ଓ ଦୁଇଟି ବୋଟର ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ଟିକରପଡ଼ା ଘାଟ ଠାରୁ ଆରମ୍ଭ ହୋଇ ମାରାଡ଼ା ଠାରୁ ଶୀତଳପାଣି ନଦୀ, ଶୀତଳପାଣି ଠାରୁ ହରଭଙ୍ଗା,ଟିକରପଡ଼ା ଠାରୁ କଟରଙ୍ଗ ଘାଟ, କଟରଙ୍ଗ ଘାଟ, ଅଇଡ଼ା, ବାଲିପୁଟ ଓ କିଆକଟା ଅଂଚଳରେ କୁମ୍ଭୀର ଗଣନା କରାଯାଇଥିଲା । ବନ ବିଭାଗ ସବୁ ପ୍ରକାର ପ୍ରସ୍ତୁତି ଏବଂସତର୍କତା ଅବଲମ୍ବନ କରିଥିବା ବେଳେ କୁମ୍ଭୀର ଗଣନା ପରେ ପ୍ରତି ବନଖଣ୍ଡସ୍ତରୀୟ ରିପୋର୍ଟକୁ ଏକାଠି କରି ରିପୋର୍ଟ ପ୍ରଦାନ କରିଛି । ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ,୮୫ଟି ମଗର, ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ୨୮ଟି ମଗର କୁମ୍ଭୀର ରହିଛନ୍ତି ।ସେହିପରି ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୬ଟି ମଗର ଓ ୪ଟି ଘଡ଼ିଆଳ ଥିବାକୁହାଯାଇଛି ।  ଏଥି  ସହିତ  ମୋଟ  ୧୧୯ଟି  ମଗର  ଓ  ୧୨ଟି  ଘଡ଼ିଆଳକୁ  ମିଶାଇ ବନମଣ୍ଡଳରେ ମୋଟ ୧୩୧ଟି କୁମ୍ଭୀର ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *