Monday , December 16 2019
Breaking News
Home / ବିଶେଷ / ସର୍ବେଶ୍ୱର ବିହାର ବରିଷ୍ଠ ନାଗରିକ ପରିଷଦର ୫ମ ସାଧାରଣ ବୈଠକ ଅନୁଷ୍ଠିତ

ସର୍ବେଶ୍ୱର ବିହାର ବରିଷ୍ଠ ନାଗରିକ ପରିଷଦର ୫ମ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଉପକଂଠ ଚକେଇସିଆଣିସ୍ଥିତ ସର୍ବେଶ୍ୱର ବିହାର ବରିଷ୍ଠ ନାଗରିକ ପରିଷଦ ର ୫ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଲ ଓଡ଼ିଶା ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କମିଶନରେଟ ପୋଲିସ ର ଏସିପି ଅନିଲ କୁମାର ମିଶ୍ର ଓ ମଂଚେଶ୍ୱର ଥାନା ଅଧିକାରୀ ଯତିନ୍ଦ୍ରନାଥ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ନାଗରିକ ପରିଷଦ ର ସାଧାରଣ ସମ୍ପାଦକ ସୀତାନାଥ ସାହୁ ବିବରଣୀ ପାଠ କରିବା ସହ ଅଂଚଳର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ବୟସ୍କ ମାନଙ୍କ ପାଇଁ ଡ଼େ କେୟାର କେନ୍ଦ୍ର , କଲ୍ୟାଣ ମଣ୍ଡପ ,ପାର୍କ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ଉକ୍ତ ଅଂଚଳରେ ୨୫ ଏକର ସରକାରୀ ଜମି ରହିଥିବାବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆବଶ୍ୟକ ଏସବୁ କରାଯାଉନଥିବାରୁ ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରିଥିଲେ । ଉପରୋକ୍ତ ଦାବି ଗୁଡ଼ିକ ପୁରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ସତର୍କ କରିଦିଆଯାଇଛି । ଉକ୍ତ ଉତ୍‌ସବରେ ଚାରି ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ବରିଷ୍ଠ ଶିଳ୍ପପତି ରମେଶ ଚାନ୍ଦ ଗୁପ୍ତା ସନ୍ଦିପ ଗୁହାରାଏ ଓ ୨୦୧୯ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଦୁଇ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦ ପକ୍ଷରୁ ୨୦୧୯ -୨୧ ବର୍ଷ ପାଇଁ ନିର୍ବାଚନ କରାଯାଇଥିଲା । ସଭାପତି ଭାବେ ଇଂ କୃର୍ଷ୍ଣଚନ୍ଦ୍ର ସାହୁ , ଉପସଭାପତି ଭାବେ ଶ୍ରୀକୃଷ୍ଣ ପ୍ରସାଦ ମହାନ୍ତି, ଉପଦେଷ୍ଟା ଭାବେ ଅମରେନ୍ଦ୍ର ପଟ୍ଟନାୟକ ,ସାଧାରଣ ସମ୍ପାଦକ ଭାବେ ସୀତାନାଥ ସାହୁ କୋଷାଧ୍ୟକ୍ଷ ଭାବେ ସତ୍ୟାନନ୍ଦ ମହାପାତ୍ର ,ଯୁଗ୍ମ ସମ୍ପାଦକ ଭାବେ ଶରତଚନ୍ଦ୍ର ମହାନ୍ତି ଓ ଦଶ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ବାଚିତ ହୋଇଥିଲେ । ପରିଷଦର ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅପକ୍ଷ୍ଣଚ୍ଚ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରେଶ୍ଵର ଗୋରକ୍ଷଣୀ ର ପ୍ଲାଟିନମ୍ ଜୁବୁଲି ଉଦଯାପିତ.

ନିଶ୍ଚିନ୍ତକୋଇଲି,୧୫/୧୨/୨୦୧୯(ଓଡ଼ିଶା ସମାଚାର)- (ଓଡିଶା ସମାଚାର /ଅଭୟ ଜେନା ): ଆଜି ସନ୍ଧ୍ୟା  ରେ  ନିଶ୍ଚିତକୋଇଲି ବ୍ଲକ ଅସୁରେଶ୍ୱର ଗୋରକ୍ଷଣୀ ପ୍ଲାଟିନମ୍ …

Leave a Reply

Your email address will not be published. Required fields are marked *