Tuesday , February 25 2020
Breaking News
Home / ନିର୍ବାଚନ / ସର୍ବସାଧାରଣରେ ଦାଗୀନେତାଙ୍କ ତଥ୍ୟ ରହିବ!

ସର୍ବସାଧାରଣରେ ଦାଗୀନେତାଙ୍କ ତଥ୍ୟ ରହିବ!

ଭୁବନେଶ୍ୱର ,୧୪/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜନୀତିରେ ଅପରାଧୀ ନେତାଙ୍କୁ ନେଇକଡ଼ା ନିର୍ଦ୍ଧେଶ ଦେଲେ ସୁପ୍ରିମକୋର୍ଟ । ଯଦିକୌଣସି ରାଜନୈତିକ ଦଳ ଅପରାଧୀନେତାଙ୍କୁ ଟିକଟ ଦିଏ ତେବେ କାହିଁକିତାଙ୍କୁ ଟିକଟ ଦିଆଗଲା ସେନେଇ କାରଣଦର୍ଶାଇବାକୁ ପଡ଼ିବ । ସେହିପରି ଉକ୍ତପଲିଟିକାଲ ପାର୍ଟିକୁ ସେହି ବିଧାନସଭାକିମ୍ବା ଲୋକସଭା କ୍ଷେତ୍ରରେ ଜଣେ ବି ବିନାକ୍ରିମିନାଲ ରେକର୍ଡ ଥିବା ପ୍ରାର୍ଥୀ କାହିଁକିମିଳିଲାନି ବୋଲି ମଧ୍ୟ ଜଣାଇବାକୁ ପଡ଼ିବ ।ଏହାଛଡ଼ା ସଂପୃକ୍ତ ଅପରାଧୀ ନେତାଙ୍କସମସ୍ତ ରେକର୍ଡ ୪୮ ଘଂଟାରେ ପାର୍ଟି ୱେବସାଇଟରେ ଅପଲୋଡ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।ଏହାଛଡ଼ା ୪୮ ଘଂଟା ମଧ୍ୟରେମିଡିଆରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ତଥ୍ୟଦେବାକୁ ପଡ଼ିବ । ୭୨ ଘଂଟା ମଧ୍ୟରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇବାକୁପଡ଼ିବ । ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ସଂପୂର୍ଣ୍ଣଭାବେ ନିର୍ବାଚନକମିଶନଙ୍କର ବୋଲି ମଧ୍ୟ କୋର୍ଟ ସ୍ପଷ୍ଟକରିଛନ୍ତି । ଯଦି କୌଣସି ରାଜନୈତିକଦଳ ନିର୍ଦ୍ଧେଶକୁ ଅମାନ୍ୟ କରନ୍ତି ତେବେଏହାକୁ କୋର୍ଟ ଅବମାନନା ବୋଲିଧରାଯିବ । ଗତ ୪ଟି ସାଧାରଣ ନିର୍ବାଚନରେ ରାଜନୀତିରେ ଅପରାଧିକରଣ ବଢୁଥିବା ନେଇ ଶୁଣାଣିବେଳେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ତେବେ ବିଧାନସଭା ନିର୍ବାଚନ ପରେ ଓଡ଼ିଶା ଇଲେକ୍ସନ ୱାଚ୍ ଓ ଏଡିଆର ପକ୍ଷରୁ ଓଡ଼ିଶାର ଦାଗୀ ବିଧାୟକଙ୍କ ଉପରେ ଏକରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ଅନୁସାରେ ଚଳିତ ଥର ବିଧାନସଭାକୁ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୪୬ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ ।ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଅର୍ଥାତ୪୯ ଜଣଙ୍କ ବିରୋଧରେ ରହିଛି ହତ୍ୟା,ହତ୍ୟା ଉଦ୍ୟମ, ମହିଳା ବିରୋଧୀ ଅପରାଧ ଓ ଅପହରଣ ଭଳି ସାଂଘାତିକ ମାମଲା ରହିଛି । ବିଜେଡିର ୧୧୨ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେଅପରାଧିକ ମାମଲା ଥିବା ବେଳେ ୩୩ଜଣ ସାଂଘାତିକ ଅପରାଧରେ ଜଡ଼ିତ ।ସେହିପରି ବିଜେପିର ୨୩ରୁ ୧୪ଦାଗୀ ସଦସ୍ୟ ଓ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ବିରୁଦ୍ଧରେ ରହିଛି ସାଂଘାତିକ ଅପରାଧ ମାମଲା । କଂଗ୍ରେସର ୯ବିଧାୟକଙ୍କ ମଧ୍ୟରୁ ୬ ଜଣ ଦାଗୀ ହୋଇଥିବା ବେଳେ ୫ ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଛି । ଓଡ଼ିଶା ସମଚୋର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *