Monday , February 24 2020
Home / କ୍ରୀଡ଼ା / ସର୍ବଭାରତୀୟ ବୃହତ୍ ବନ୍ଦର କ୍ରୀଡ଼ା ଉଦଘାଟିତ

ସର୍ବଭାରତୀୟ ବୃହତ୍ ବନ୍ଦର କ୍ରୀଡ଼ା ଉଦଘାଟିତ

ପାରାଦ୍ୱୀପ, ୧୮/୦୧/୨୦୨୦ (ଓଡ଼ିଶା ସମାଚାର)-୪୨ତମ ସର୍ବଭାରତୀୟ ବୃହତ୍ତ ବନ୍ଦର କ୍ରୀଡା ଓ ୩୦ତମ ଶିଶୁ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଉଦଘାଟନ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ପାରାଦ୍ୱୀପ ମହିଳା କ୍ଲବ ସଭାପତି ଶୁଭଲକ୍ଷ୍ମୀ ରୟ, ବୃହତ୍ତ ବନ୍ଦର କ୍ରୀଡା ସଂଗଠନ କମିଟିର ସଭାପତି ଏସ.କେ.ମିଶ୍ର, ଉପସଭାପତି ଦୀପକ ରଥ, କାର‌୍ୟ୍ୟକାରୀ ସଭାପତି ବବୁଲ ସିକଦାର, କ୍ରୀଡା ସଂପାଦକ ରଞ୍ଜନ ରଶ୍ମୀ ବେହୁରା, ଉପଦେଷ୍ଟା ରବି ଦାସ ପ୍ରମୁଖ ଯୋଗଦେଇ ଶରୀର ପାଇଁ କ୍ରୀଡାର ଆବଶ୍ୟକତା ବେଶ୍ ଅଧିକ ବୋଲି କହିଥିଲେ। ଖେଳାଖେଳି କଲେ ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହେ ବୋଲି କହିଥିଲେ। ଭାରତୀୟ ବନ୍ଦର କ୍ରୀଡା ପରିଷଦ ଓ ପାରାଦ୍ୱୀପ ବନ୍ଦର କ୍ରୀଡା ପରିଷଦ ପକ୍ଷରୁ ଆୟୋଜିତ ଏହି ବୃହତ୍ତ କ୍ରଡା ପ୍ରତିଯୋଗିତାରେ ଆୟୋଜକ ପାରାଦ୍ୱୀପ ବନ୍ଦର ସମେତ କୋଲକାତା, ଚେନ୍ନାଇ, ମୁମ୍ବାଇ, କୋଚିନ, ନିଉ ମାଙ୍ଗାଲୋର, କାଣ୍ଡଲା ପୋର୍ଟ ଓ ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ଆଠଟି ବୃହତ୍ତ ବନ୍ଦର କର୍ମଚାରୀମାନେ ଏବଂ ସେମାନଙ୍କ ପିଲାମାନେ ଦୌଡକୁଦ ସମେତ ବିଭିନ୍ନ କ୍ରୀଡା କୌଶଳର ପାରଦର୍ଶିତା ପ୍ରଦର୍ଶିତ କରି ପୁରସ୍କୃତ ହେବାର କାର‌୍ୟ୍ୟକ୍ରମ ରହିଛି। ଆସନ୍ତା ୧୯ ତାରିଖରେ ଏହି କ୍ରୀଡା ମହୋତ୍ସବ ଉଦଯାପିତ ହେବ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *