Friday , September 20 2019
Breaking News
Home / ତାଜା ଖବର / ସର୍ପାଘାତରେ ଜଣକର ମୃତ୍ୟୁ

ସର୍ପାଘାତରେ ଜଣକର ମୃତ୍ୟୁ

ସାଲେପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗୁହାଳ ଘରେ ଗୋରୁମାନଙ୍କ ନିକଟରେ ଛଣ ପକାଉଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ସମଗ୍ର ଦ୍ୱୀପାଂଚଳରେ ଶୋକର ଛାୟା ଖେଳାଇଦେଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଂଚାୟତର କୁରୁଳି ଗ୍ରାମର ସୁନାକର ଖଟୁଆ(୪୮) ରବିବାର ରାତିପ୍ରାୟ ୯ଟା ସମୟରେ ନିଜ ଗୋରୁ ଗୁହାଳରେ ଗୋରୁମାନଙ୍କ ନିକଟରେ ଛଣ ପକାଉଥିବାବେଳେ ଗୁହାଳରେ ଥିବା ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ସେ ସଂଗେ ସଂଗେ ଗୁରୁତର ହୋଇପଡିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଗତକାଲି ରାତି ପ୍ରାୟ ୧.୩୦ମି. ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ଶବ ବ୍ୟବଚ୍ଛେଦ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏହି ଘଟଣା ସମଗ୍ର ଦ୍ୱୀପାଂଚଳରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କର ଅକାଳ ବିୟୋଗରେ ସରପଂଚ ସୁଜାତା ପଣ୍ଡା, ନାଏବ ସରପଂଚ ନିତ୍ୟାନନ୍ଦ ସାହୁ, ସମାଜସେବୀ ତ୍ରୈଲୋକ୍ୟନାଥ ପଣ୍ଡା, ସୁଦର୍ଶନ ପ୍ରଧାନ, ପୂର୍ବତନ ସରପଂଚ କମଳାକାନ୍ତ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁର ବ୍ଲକ୍ ଅଂଚଳରେ ସର୍ପାଘାତରେ ଦୁଇଦିନ ମଧ୍ୟରେ ୩ଜଣ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *