Saturday , February 29 2020
Breaking News
Home / ବିଶେଷ / ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ

ସାଲେପୁର ୧୫/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା: ଜପକୁଦ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ଦିବସୀୟ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସବୁଜ ସାଥୀ ବୈକୁଣ୍ଠ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୧୦୦ ପ୍ରକାରରୁ ଉର୍ଦ୍ଧ୍ୱ ଦେଶି ଓ ବିଦେଶୀ ଫୁଲ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫୁଲର ପ୍ରକାର ଭେଦ , ରଙ୍ଗ, ସୁଗନ୍ଧ ଓ ଉପକାରୀତା ବିଷୟରେ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଚନ୍ଦ୍ରମଣୀ ଭୂୟାଁଙ୍କ ସଭାପତିତ୍ୱରେ ଏହି ପୁଷ୍ପ ପ୍ରଦର୍ଶନୀରେ ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ସାମଲ, ପରିଚାଳନା କମିଟି ସଭାପତି ବିନତା ମିଶ୍ର, ସଂପାଦକ ସୁଧିର କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟା ସୁଦେର୍ଷ୍ଣା ନନ୍ଦ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବାଡ଼ିରେ ଫୁଲଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଗୁରୁମା ଧରିତ୍ରୀ ମିଶ୍ର, କଲ୍ୟାଣୀପ୍ରଭା ନନ୍ଦ, ଜୋତ୍ସାରାଣୀ ପରିଜା, ତୁଷାରବାଳା ସ୍ୱାଇଁ, ସସ୍ମିତା ଦାଶ, ଶୁଭସ୍ମିତା ମିଶ୍ର, ପ୍ରଭାବତୀ ଓଝା, ଗୁରୁଜୀ ସୁଭେନ୍ଦୁ ମିଶ୍ର, କେଶବ ଚନ୍ଦ୍ର ପାତ୍ର, ସତ୍ୟବ୍ରତ ସ୍ୱାଇଁ, ଅଜୟ କୁମାର ସେନାପତି, ଅଜୟ କୁମାର ପରିଡ଼ା, ବେଙ୍ଗ ଗୋଚ୍ଛାୟତ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *