Tuesday , January 28 2020
Breaking News
Home / ଶିକ୍ଷା / ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

  ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଲା ଅଧିନ ରାଇସୁଙ୍ଗୁଡ଼ା ସ୍ଥୀତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୧୦ମ ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ଶନିଶ୍ଚର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ସଂପାଦକ ସ୍ୱୟଂପ୍ରକାଶ ଦ୍ୟୋତକ ରଂଜନ ମହାପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସିଆରସିସି ରଂଜନ ମୋହନ ବେହେରା କ୍ରୀଡ଼ା ପତାକା ଉତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇଥିଲେ । ଏହି ଅବସରରେ ଉଚ୍ଚଡ଼ିଆଁ, ଲମ୍ବଡ଼ିଆଁ, ଜିଲାପି ଦୈାଡ଼, ଅଖାଡ଼ିଆଁ, ଗୋଡ଼ଫିଙ୍ଗା ଆଦି ବିଭିନ୍ନ ପ୍ରତିଯୋଗୀତାରେ ୨ଶହ ଜଣ ଛାତ୍ରଛାତ୍ରୀ ଭାଗଦେଇ ୭୬ ଜଣ କୃତିତ୍ୱ ଅର୍ଜନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ରାମ୍, ଗୁରୁମା ମମତା ମହାନ୍ତି, ଝୁନା ବେହେରା, ପୁପୁଲ ପ୍ରିୟଦର୍ଶିନୀ , ରଶ୍ମିରେଖା ସାହୁ, ସଂଗୀତା ସାହୁ, କବିତା ସ୍ୱାଇଁ, ବିନୋଦିନୀ ଶତପଥୀ, ସୁପ୍ରଭା ସିଂହ, ସସ୍ମିତା ବାରିକ୍, ପ୍ରିୟଦର୍ଶିନୀ ସାହୁ, ସୀମାରେଖା ସାହୁ, ସୁଚସ୍ମିତା ମହାନ୍ତି, ସାବିତ୍ରୀ ମହାନ୍ତି, ସ୍ୱର୍ଣ୍ଣପ୍ରଭା କାଣ୍ଡି, ଡ଼ଲି ବର୍ଦ୍ଧନ, ସୈାଦାମିନୀ ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *