Thursday , September 19 2019
Breaking News
Home / ଶିକ୍ଷା / ସରସ୍ୱତୀଶିଶୁମନ୍ଦିରରେବିଜ୍ଞାନମେଳା ଅନୁଷ୍ଠିତ

ସରସ୍ୱତୀଶିଶୁମନ୍ଦିରରେବିଜ୍ଞାନମେଳା ଅନୁଷ୍ଠିତ

ଭୁବନ,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲବର୍ଗ, ଶିଶୁବର୍ଗ, କନିଷ୍ଠବର୍ଗରେ ସମୁଦାୟ ୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମନିତା ସାହୁ, ନମିତା ମହାନ୍ତି, ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ବିଚାରକଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଏହି ବିଜ୍ଞାନମେଳାକୁ ସରସ୍ୱତୀ ଶିଶୁ ମନ୍ଦିର ର ପରିଚାଳନା କମିଟି ସଭାପତି ପ୍ରଭାତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପୂର୍ବତନ ସମ୍ପାଦକ ନରେନ୍ଦ୍ରକୁମାର ସାହୁ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂପାଦକ ଜଗବନ୍ଧୁ ବିହାରୀ, ଯୁଗ୍ମସଂପାଦକ ନିରଂଜନ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

 

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *