Thursday , September 19 2019
Breaking News
Home / ସ୍ୱାସ୍ଥ୍ୟ / ସରକାରୀ ଡାକ୍ତରଖାନାରେ କାମ ନକେଲ ଜୋରିମାନା ଗଣିବେ ଡାକ୍ତରୀ ଛାତ୍ର

ସରକାରୀ ଡାକ୍ତରଖାନାରେ କାମ ନକେଲ ଜୋରିମାନା ଗଣିବେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର,୧୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଓଡିଶାର ସରକାରୀ ମେଡିକାଲ କଲେଜରେ ଏମବିବିଏସ, ପିଜି ଓ ସୁପର ସ୍ପେଶିଆଲିଷ୍ଟ ପାଠ ପଢିବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଧିନରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ । ଯଦି ସେମାନେ ଦୁଇବର୍ଷ କାର୍ଯ୍ୟ ନକରିବେ ତେବେ ସେମାନଙ୍କୁ ଯଥାକ୍ରମେ ୫୦ଲକ୍ଷ, ଦେଢ କୋଟି ଓ ଦୁଇକୋଟି ଟଙ୍କା ଦେବାକୁ ପଡିବ । ଏଥିପାଇଁ ରାଜ୍ୟ ସରକାର ବଣ୍ଡ ବ୍ୟବସ୍ଥା କରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ସରକାର ଆଣିବାକୁ ଥିବା ନୂତନ ସ୍ୱାସ୍ଥ୍ୟ ନୀତିର ଏହା ଏକ ଅଂଶବିଶେଷ । କାରଣ ରାଜ୍ୟରେ ଡାକ୍ତର ପଦବୀ ପୂରଣ କରିବାପାଇଁ ସରକାର ସବୁମନ୍ତେ ଉଦ୍ୟମ ଜାରି ରଖିଥିବାବେଳେ ଡାକ୍ତରୀ ପାଠ ସାରି ଛାତ୍ରଛାତ୍ରୀମାନେ ରାଜ୍ୟ ବାହାକୁ ପଳାଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଠୋର ନିଷ୍ପତି ନେଇଛନ୍ତି । ତଦନୁଯାୟୀ ଏମବିବିଏସ, ପିଜି ଓ ସୁପରିସ୍ପେଶିଆଲିଷ୍ଟ ପାଠ୍ୟକ୍ରମରେ ନାମ ଲେଖାଇବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଡ ରାଜିନାମା କରିବାକୁ ପଡିବ । ଏଥିରେ ଛାତ୍ରଛାତ୍ରୀଙ୍କର ଦୁଇ ଜଣ ଅଭିଭାବକ ବନ୍ଧକ (ସିଓରିଟିଜ) ରହିବେ । ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ବିନା ବଣ୍ଡ ରେ କେହି ନାମ ଲେଖାଇ ପାରିବେ ନାହିଁ । ଫଳରେ ଶିକ୍ଷା ସମାପ୍ତି ପରେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଧିନରେ ଅତି କମ ରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଯଦି ଏଥିରେ ସେମାନେ ଖିଲାପ କରନ୍ତି ତେବେ ଏମବିବିଏସ ଉତୀର୍ଣ୍ଣ ଡାକ୍ତର ସରକାରଙ୍କ ନିକଟରେ ୫୦ଲକ୍ଷ ଟଙ୍କା, ପିଜି ଉତୀର୍ଣ୍ଣ ଡାକ୍ତର ଦେଢ କୋଟି ଓ ସୁପରସ୍ପେଶିଆଲିଷ୍ଟ ପାଠ ସାରିଥିବା ଛାତ୍ରଛାତ୍ରୀ ୨କୋଟି ଟଙ୍କାର ଜୋରିମାନା ଦେବେ । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *