Friday , February 28 2020
Breaking News
Home / ବିଶେଷ / ସମ୍ଭାବ୍ୟ ବାତ୍ୟା ବୁଲବୁଲ ଓ ବର୍ଷା ନିମନ୍ତେ କେନ୍ଦ୍ରାପଡା ବ୍ଲକର ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ବୁଲବୁଲ ଓ ବର୍ଷା ନିମନ୍ତେ କେନ୍ଦ୍ରାପଡା ବ୍ଲକର ପ୍ରସ୍ତୁତି

କେନ୍ଦ୍ରାପଡା ୦୮/୧୧/୨୦୧୯(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବୁଲବୁଲ ବାତ୍ୟା ଓ ତା’ର ପ୍ରଭାବରେ ହେବାକୁଥିବା ପ୍ରବଳ ବର୍ଷା ପ୍ରରିପ୍ରେକ୍ଷୀରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ପ୍ରତ୍ୟେକ ଗ୍ରାମପଂଚାୟତରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଗୋଟିଏ ଟିମ ଗଠନ କରାଯାଇ ସେମାନଙ୍କ ଅଧିନରେ ସଂପୃକ୍ତ ପଂଚାୟତର ଜି.ଆର.ଏସ.ଙ୍କୁ ରଖାଯାଇଛି । ଏଥିସହିତ ବ୍ଲକର ସଂପ୍ରସାରଣ ଅଧିକାରୀମାନଙ୍କୁ ମଧ୍ୟ ନୋଡାଲ ଅଫିସର ଭାବରେ  ନିଯୁକ୍ତି କରାଯିବା ସହ ସେମାନଙ୍କୁ ପଂଚାୟତ ଓ ବ୍ଲକ ସଦରମହକୁମା ସହିତ ଯୋଗାଯୋଗ ରକ୍ଷାକରି ଜରୁରୀ ସମୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିବା ବିଡିଓ ସୁଧର କୁମାର ସିଂ ସୂଚନା ଦେଇଛନ୍ତି । ଏହି ବ୍ଲକ ଅଧିନରେ କୈାଣସି ବାତ୍ୟା କିମ୍ବା ବନ୍ୟା ଆଶ୍ରୟସ୍ଥଳ ନଥିବାରୁ ବିଦ୍ୟାଳୟ ଗୁଡିକୁ ଅସ୍ଥାଇ ଆଶ୍ରୟସ୍ଥଳ ଭାବେ ରଖାଯାଇଥିବା ସୂଚନା ମିଳିଛି । ସେହିସବୁ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସେଠାରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଥିବା ବିଡିଓ ଶ୍ରୀ ସିଂ ସୂଚନା ଦେଇଛନ୍ତି । ଏହାବ୍ୟତିତ ବ୍ଲକର ମାର୍କେଟିଂ ଇନିସପେକ୍ଟର ପ୍ରତ୍ୟେକ ଖାଉଟି ଡିଲରଙ୍କ ମାଧ୍ୟମରେ ଆବଶ୍ୟକ ସ୍ଥଳେ ଫ୍ରି କିଚେନ ନିମନ୍ତେ ଚାଉଳ ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ଚୁଡା,ଗୁଡ ପ୍ରଭୃତି ଜିଲ୍ଲା ସଦର ମହକୁମାରୁ ଅଣାଯାଇ ଜରୁରୀ ଆବଶ୍ୟକ ସମୟରେ ପଂଚାୟତ ଗୁଡିକୁ ଯୋଗାଇଦିଆଯିବ ବୋଲି ବିଡିଓ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ବ୍ଲକ ସଦର ମହକୁମାରେ ଉପସ୍ଥିତ ରହି ପ୍ରତି ଘଂଟାକୁ ଘଂଟା ପରିସ୍ଥିତିର ସମୀକ୍ଷା କରିବା ସହିତ ବିଡିଓଙ୍କ ସହିତ ଆଲୋଚନାକରି ଆବଶ୍ୟକ ବାତ୍ୟା ଓ ବର୍ଷା ପ୍ରସ୍ତୁତି ବ୍ୟବସ୍ଥାର ନିରୀକ୍ଷଣ କରୁଥିବାର ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ମାଡ଼ ଘଟଣା : ୫୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର ଆୟୋଗଙ୍କ ନିର୍ଦେଶ

ଭୁବନେଶ୍ୱର,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆପଲ୍ଲୀ ଥାନା ପୁଲିସ ୨୦୧୮ ରେ ନୀଳକଣ୍ଠ ନଗର ଅଞ୍ଚଳର ଏକ ଜମି ବିବାଦକୁ କେନ୍ଦ୍ର …

Leave a Reply

Your email address will not be published. Required fields are marked *