Saturday , November 16 2019
Breaking News
Home / କୃଷି / ସମ୍ଭାବ୍ୟ ବାତ୍ୟାକୁ ଦେଖି ଆତଙ୍କିତ ଚାଷୀକୂଳ

ସମ୍ଭାବ୍ୟ ବାତ୍ୟାକୁ ଦେଖି ଆତଙ୍କିତ ଚାଷୀକୂଳ

ରଘୁନାଥପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟାକୁ ଦେଖି ରଘୁନାଥପୁର ବ୍ଲକ୍ ଅଂଚଳର ଚାଷୀକୂଳ ଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି । ଗତ ୬ ମାସ ତଳେ ହୋଇଥିବା ଫନି ବାତ୍ୟାରେ ଆଖୁ, ଡ଼ାଳୁଅ ଧାନ , ମୁଗ, ପନି ପରିବା ଓ ବିଭିନ୍ନ ଫଳନ୍ତି ଗଛ ହରାଇଥିଲେ । ପରେ ମାତ୍ରାଧିକ ବର୍ଷା ପାଇଁ ଚାଷୀଙ୍କର ଧାନ ତଳି ନଷ୍ଟ ହୋଇ ଯାଇଥିଲା । ଗତ ଲଗାଣ ବର୍ଷାରେ ବିରି ଓ ପନି ପରିବା ଚାଷ ବ୍ୟାପକ କ୍ଷତି ସହ ଧାନ କ୍ଷେତରେ ପାଣି ଜମି ରହି ଧାନ ଗଛ ପଚିଯାଇଥିଲା । ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ରଘୁନାଥପୁର କୃଷି ବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟରେ ତାଳମେଳ ନରହିବାରୁ ଜଣେ ବି ଚାଷୀ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ପାଇନାହାନ୍ତି । ଫଳରେ ଋଣ କରି ଚାଷ କରିଥିବା ଚାଷୀମାନେ କ୍ଷତି ସହି ନିମ୍ନ ମାନର ଜୀବନ ଧାରଣ କରୁଛନ୍ତି । ସେମାନେ ନିକଟରେ ଏକ ବୈଠକରେ ଏକତ୍ରିତ ହୋଇ ଚାଷୀଙ୍କୁ କ୍ଷତି ପୂରଣ ନମିଳିବା ପ୍ରତିବାଦରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ଜିଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ସଭାପତି ଗୋବିନ୍ଦ ଜେନାଙ୍କ ଜରିଆରେ ଚେତାବନୀ ଦେଇଥିଲେ । ନିଜ ଅଂଟା ସଳଖି ବଂଚି ପାରୁନଥିବା ଚାଷୀମାନେ ବିଭିନ୍ନ ଗଣ ମାଧ୍ୟମ ଦ୍ୱାରା ପୁଣି ବାତ୍ୟା ଆସୁଥିବା ଜାଣି ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରତ୍ୟେକ ବର୍ଷ ଦୈବ ଦୁର୍ବିିପାକରେ ନିଜର ଫସଲ ହରାଇ ଦୁର୍ଦିନରେ ଜୀବନ ବିତାଉଥିବା ଚାଷୀଙ୍କୁ ସରକାରଙ୍କ ସାହାଯ୍ୟ କୃଷି ବିଭାଗର ଉଦାସିନତାରୁ ମିଳିପାରୁନଥିବା ସେମାନେ ଅଭିଯୋଗ କରିଚନ୍ତି । ଗ୍ରାମାଂଚଳ ବଜାରରେ ପରିବା ଦର ଆକାଶ ଚୁଆଁ ହୋଇଥିବାବେଳେ ବିଲରେ ଧାନ ଆହାର ନେଉଛି । ପୁଣି କାର୍ତିକ ମାସ ଚାଳିଥିବାରୁ ଚାଷୀ ପରିବାର ବହୁ ଅଭାବ ଅନାଟନରେ ଦିନ କାଟୁଛି । ଯଦି ଗଣ ମାଧ୍ୟମ ଖବର ସତ୍ୟ ହୁଏ ତେବେ ଚାଷୀର ମରିବା ବଂଚିବା ସମାନ ହୋଇଯିବ । ଏସବୁକୁ ଲକ୍ଷ କରି ଗତ ବାତ୍ୟା ଫନି ଓ ଲଗାଣ ବର୍ଷାରେ କ୍ଷତି ସହିଥିବା ଚାଷୀ ମାନଙ୍କୁ ସେମାନଙ୍କ କ୍ଷତି ପୂରଣ ତୁରନ୍ତ ଯୋଗାଇ ଦେବାକୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *