Saturday , February 29 2020
Breaking News
Home / ନିର୍ବାଚନ / ସମୀର ଟିଭିଏସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସମୀର ଟିଭିଏସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା , ୧୪/୦୧/୨୦୨୦(ଓଡ଼ିଶା ସମାଚାର)-କେଶପୁର ବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ଆସନ୍ତା ୨୩ ତାରିଖରେ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ସମୀର ଟିଭିଏସ କେଶପୁର ବଜାର ପରିସରରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ସାନ୍ତସାହି ହନୁମାନ ମନ୍ଦିର ପରିସରରେ ସମୀର ଟିଭିଏସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ରକ୍ତଦାନ ଶିବିର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ସ୍ୱେଛାକୃତ ରକ୍ତଦାନ କରିବାକୁ ଚାହୁଁଥିବା ଇଛୁକ ବ୍ୟକ୍ତିବିଶେଷ ମୋବାଇଲ ନମ୍ବର -୭୬୮୨୦୦୦୫୪୯, ୯୪୩୭୦୬୭୬୮୫ ଓ ୮୪୫୮୦୨୦୬୯୧ ଯୋଗେ ସମ୍ପର୍କ କରିବାକୁ ନିବେଦନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁପ୍ତିରଞ୍ଜନ ଦାସ, ଅରୁଣ ଜେନା, ସୋନାଲି ଦାସ, ସାମ୍ବାଦିକ ସୁବ୍ରତ ସାମଲଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ଓ ସମାଜିକ କର୍ମୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାରବାଟୀ-କଟକ  ନିର୍ବାଚନ ମାମଲାର ଶୁଣାଣି ଜାରି

କଟକ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- ବାରବାଟୀ-କଟକର ବିଜୟୀ ପ୍ରର୍ଥୀ ତଥା କଂଗ୍ରେସ ବିଧାୟକ ମହମ୍ମଦ୍ ମୋକିମ୍ ଙ୍କ ନିର୍ବାଚନକୁ ଅସିଦ୍ଧ …

Leave a Reply

Your email address will not be published. Required fields are marked *