Friday , September 20 2019
Breaking News
Home / ସ୍ୱାସ୍ଥ୍ୟ / ସମସ୍ୟା ରେ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ସମସ୍ୟା ରେ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ତିର୍ତୋଲ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ଉନ୍ନତି ଦିଗରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଏହାର ଉପଯୁକ୍ତ ତଦାରଖ କରାଯାଉନଥିବାରୁ ଅନେକ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହାର ଉଦାହରଣ ତିର୍ତୋଲ ବ୍ଲକ ମହାନଦୀ- ପାଇକା ଦ୍ୱୀପାଂଚଳର କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଦୀର୍ଘ ମାସ ହେବ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରଙ୍କ ତରଫରୁ ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉନଥିବାରୁ ଏପରି ଅବସ୍ଥା ଉପୁଜିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କନିମୁଳ ପଂଚାୟତର ଜନସାଧାରଣ ସହ ଦାଇଁଲୋ, ବିଶନପୁର, ଗୋପାଳପୁର(ଶ) ପ୍ରଭୃତି ପଂଚାୟତର ୨୫ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ନିର୍ଭର କରିଥାନ୍ତି । ଜିଲା ଚିକିତ୍ସା ଅଧିକାରୀ ଓ ଜିଲାପାଳଙ୍କୁ ଏବିଷୟରେ ବାରମ୍ବାର ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଅବଗତ କରଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଆହୁରି ମଧ୍ୟ ଏହି ସମସ୍ୟାକୁ ନେଇ ସ୍ଥାନୀୟ ସରପଂଚ ଇଂ ବେଦଦ୍ୟୁତି ପୃଷ୍ଟି ସ୍ଥାନୀୟ ଅଂଚଳବାସୀଙ୍କୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ମଧ ଜିଲା ପ୍ରଶାସନ ତରଫରୁ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏବେ ବର୍ଷାଦିନ ଆସିଯାଇଥିବାରୁ ମେଲେରିଆ, ଝାଡା ବାନ୍ତି ବ୍ୟାପୁଥିବାବେଳେ ସ୍ଥାନୀୟ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଅଂଚଳରେ କୌଣସି ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାବେଳେ ଜନସାଧାରଣ ବାଧ୍ୟ ହୋଇ ନଦୀ ପାରି ହୋଇ ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ମହାନଦୀ ପାରି ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି । ରୋଗୀ କଲ୍ୟାଣ ଅର୍ଥର ସୁବିନିଯୋଗ, ଆବଶ୍ୟକ ଶଯ୍ୟା, ନିରାମୟ ଯୋଜନାରେ ଔଷଧର ସୁଷମ ବଂଟନ, ୨୪ଘଂଟିିଆ ଡାକ୍ତର ଓ ଆମ୍ବୁଲାନସ ସେବା ଯୋଗାଇଦେବା ପାଇଁ ସ୍ଥାନୀୟ ସରପଂଚ ଇଂ ବେଦଦ୍ୟୁତି ପୃଷ୍ଟି ଜଗତସିଂହପୁର ଜିଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟପରିବାର କଳ୍ୟାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *