Saturday , December 7 2019
Home / ବିଶେଷ / ସମଗ୍ର ଓଡିଶାବାସୀ ୨୦୨୦ ନୂଆ ବର୍ଷକୁ “ସବୁଜ ଦିବସ” ଭାବେ ପାଳନ ପାଇଁ ସଭା, ଶୋଭାଯାତ୍ରା, ଶପଥ ଓ ସମ୍ବର୍ଦ୍ଧନା ପର୍ବ

ସମଗ୍ର ଓଡିଶାବାସୀ ୨୦୨୦ ନୂଆ ବର୍ଷକୁ “ସବୁଜ ଦିବସ” ଭାବେ ପାଳନ ପାଇଁ ସଭା, ଶୋଭାଯାତ୍ରା, ଶପଥ ଓ ସମ୍ବର୍ଦ୍ଧନା ପର୍ବ

ନିରାକାରପୁର, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ସମସ୍ୟା, ଉତାପ ବୃଦ୍ଧି, ବାୟୁ, ଜଳ ଓ ପରିବେଶ ପ୍ରଦୃଷଣ ଜନିତ ସମସ୍ୟା ଆତଙ୍କ ସୃଷ୍ଟିକରିଛି । ଏହାର ପ୍ରଭାବରେ ଓଡିଶାରେ ଫନି, ଫାଇଲିନ୍, ହୁଡହୁଡ, ବୁଲ୍ ବୁଲ୍ ଆଜି ସାମୁଦ୍ରିକ ଝଡ ଦେଖାଦେଇ ବହୁ ଧନଜୀବନ ନଷ୍ଟ କରିଛି । ସମୁଦ୍ର ତଟସ୍ଥ ସାତଭାୟା ଅଂଚଳର ଅନେକ ଗ୍ରାମ ସମୁଦ୍ର ଗର୍ଭରେ ଲିନ ହୋଇସାରିଲାଣି । ସେହିପରି ବ୍ୟାପକ ବାୟୁ ପ୍ରଦୃଷଣ ଯୋଗୁଁ ଚିନ୍ ର ରାଜଧାନୀ ବେଜିଙ୍ଗ୍ ରେ ଅକ୍ସିଜେନ ପାଲୋରମାନ ଖୋଲିଲାଣୀ । ଦୋକାନ ବଜାରରେ ୧ ଲିଟର ପିଛା ଅକ୍ସିଜେନ ସିଲିଣ୍ଡର ୧୮ ଡଲାରରେ ବିକ୍ରି ହେଉଛି । ଏବେ ଅଳ୍ପ ଦିନ ପୂର୍ବେ ଆମଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ପାଲୋର ଖୋଲିଲା ବୋଲି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ କମାଗୁରୁ କଲେଜ ପରିସରରେ ଆୟୋଜିତ, ୨୦୨୦ ମସିହା ନବ ବର୍ଷକୁ ସବୁଜ ନବ ବର୍ଷ ଭାବେ ପାଳନ ପାଇଁ ଆୟୋଜିତ ସଂକଳ୍ପ ସମାବେଶ ସଭାରେ ଅଧ୍ୟକ୍ଷତା କରି ପୂର୍ବତନ ବିଧାୟକ ତଥା ଗ୍ରୀନ୍ ଆର୍ମିର ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏହା କହିଛନ୍ତି । ସେ କହିଲେ ଏଥିପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ଅଛି । ତେଣୁ ତାଙ୍କ ଅନୁଷ୍ଠାନ ପକ୍ଷରୁ ଓଡିଶା ବାସୀ, ଦେଶରେ ଥାନ୍ତୁ କି ବିଦେଶରେ ଥାନ୍ତୁ ପୃଥିବୀକୁ ସବୁଜ, ସୁନ୍ଦର ଓ ପ୍ରଦୃଷଣ ମୁକ୍ତ କରିବାପାଇଁ ଗଛ ଲଗାଇବାକୁ ଅନୁରୋଧ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ୫୦୦ ଗ୍ରୀନ୍ଆର୍ମି ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ଶପଥ ଗ୍ରହଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ଶ୍ରୀ ଶ୍ରିକାନ୍ତ ଦାସ, ଓଡିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ହଲିଉଡ ଅଭିନେତ୍ରୀ ସ୍ୱାଧିନା, ବଲିଉଡ ଅଭିନେତ୍ରୀ ଟପ୍ସା, ପଦ୍ମଜା ଜେନା, ବୃକ୍ଷ ବାବା ଯୋଗାଚାର୍ଯ୍ୟ ଅନାମ ସ୍ୱାମୀ, ସ୍ୱାଧୀ ବୃକ୍ଷ ଭଗ୍ନି ଅଂଜନା, ବୃକ୍ଷ ବାଂଧବୀ ଅଧ୍ୟାପିକା ଇତିଶ୍ରୀ, ବୃକ୍ଷ କୁମାରୀ ଡକ୍ଟର ରେଣୁବାଳା ସାମନ୍ତରା, ବୃକ୍ଷ କୁମାର ବିଶ୍ୱଭୂଷଣ ଛୋଟରାୟ, ଗ୍ରୀନ୍ମ୍ୟାନ ଅବନୀ ଜେନା, ବୃକ୍ଷ ସେନାପତି ରମାକାନ୍ତ ମହାପାତ୍ର, କମାଗୁରୁ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, କୁମାରୀ ଆସମା ବେଗମ ପ୍ରଭୃତି ଅତିଥି ରୂପେ ଯୋଗଦେଇ ବ୍ୟାପକ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ସୂର୍ଯ୍ୟ ମହାନ୍ତି, ହିମାଂଶୁ ଭୂଷଣ ଚଂମ୍ପତିରାୟ, ବିକ୍ରମ କେଶରୀ ସାହୁ, ସଂଗ୍ରାମ ପଟ୍ଟନାୟକ, ଦାଶରଥି ଶ୍ରୀଚନ୍ଦନ, ରଶ୍ମିରଂଜନ ଗିରୀ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଏକ ଶୋଭାଯାତ୍ରା ଆୟୋଜନ କରାଯିବାସହ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ । ଏହି ସବୁକାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ରଂଜନ ମହାପାତ୍ର, ଅଧ୍ୟାପକ ପ୍ରାଣେଶ୍ୱର ଜୟସଂହ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *