Saturday , February 29 2020
Breaking News
Home / ବିଶେଷ / ସନ୍ୟାସିନୀଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ  ମନ୍ଦିର ପ୍ରତିଷ୍ଠା ଓ ଜାଗ ଯଜ୍ଞ ପ୍ରବଚନ କାର୍ଯ୍ୟକ୍ରମ,ଚଳ ଚଂଚଳ ଲଳିତଗିରି !!

ସନ୍ୟାସିନୀଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ  ମନ୍ଦିର ପ୍ରତିଷ୍ଠା ଓ ଜାଗ ଯଜ୍ଞ ପ୍ରବଚନ କାର୍ଯ୍ୟକ୍ରମ,ଚଳ ଚଂଚଳ ଲଳିତଗିରି !!

ମାହାଙ୍ଗା, ୧୪/୦୨/୨୦୨୦ (ଓଡିଶା ସମାଚାର/ ଅଭୟ ଜେନା): ବିଶ୍ୱରେ ଶାନ୍ତି, ମୈତ୍ରୀ, ଦୟା, କରୁଣା ଏବଂ ଅନୁରାଗ ଭାବନା ପ୍ରଚାର ଓ ପ୍ରସାର ପାଇଁ ମହାପୁରୁଷ ମାନେ ଅନେକ ତ୍ୟାଗ କରିବା ଦେଖିବାକୁ ମିଳେ ।  ଜଗଦଗୁରୁ ଠାକୁର ଅଭିରାମ ପରମହଂସ ଏଭଳି ଜଣେ ବିଖ୍ୟାତ ଧର୍ମ ପ୍ରଚାରକ ଥିଲେ, ଯିଏକି  ଅନେକ ମଠ ମନ୍ଦିର ସ୍ଥାପନ ସହିତ ବିଶ୍ୱ କଲ୍ୟାଣ ପାଇଁ ମାନବସେବାର ମହାର୍ଘ୍ୟ ଇତିହାସ ସୃଷ୍ଟି କରିବା କୁହାଯାଏ ।  କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବିଶ୍ୱ ବିଖ୍ୟାତ ଲଳିତଗିରି ପଟଣା ଗ୍ରାମରେ ଜନ୍ମିତ ଜଣେ ସାନ୍ୟାସିନୀ ସ୍ଵର୍ଣ୍ଣମଣି ଦେବୀ ଠାକୁର ଅଭିରାମ ପରମହଂସଙ୍କ ସାନିଧ୍ୟ ଯୋଗୁଁ ସେବା ଏବଂ ଶ୍ରଦ୍ଧାର ଅନନ୍ୟ ପୀଠ ଲଳିତଗିରି ଉତ୍ସବ ମୁଖର ହୋଇଉଠିଛି ।  ମହନୀୟା ସନ୍ୟାସିନୀ ସ୍ବର୍ଣ୍ଣମୟୀଙ୍କ ମାନବସେବା ହିଁ ମାଧବ ସେବା ଆହ୍ୱାନ ଯୋଗୁଁ ଗଢି ଉଠିଥିବା ଆଶ୍ରମ ପାଇଁ ସେ ସମସ୍ତ ସମ୍ପତ୍ତି ଦାନକରିଦେଇଥିଲେ । ଲଳିତଗିରି ପାଇଁ ଆଜି ଆଉ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠିତ ହୋଇପାରିଛି । ଯେଉଁ ସ୍ଥାନରେ ଶାନ୍ତିଧାମ ଆଶ୍ରମର ମୁଳୁଦୁଆ ପକାଇଥିଲେ ସନ୍ୟାସିନୀ ସ୍ଵର୍ଣମଣି ଦେବୀ । ଦିନେ ଛଦ୍ମ ବେଶରେ ନାଗାସନ୍ୟାସୀ ରୂପ ଧାରଣକରି ସ୍ୱୟଂ ଠାକୁର ଅଭିରାମ ଯେଉଁ ଭୂମିକୁ ସ୍ପର୍ଶକରି ଏକ ସଦ୍ୟ ବିଧବା ନାରୀକୁ କଲ୍ୟାଣ ପୂର୍ବକ ଆଶ୍ରମ ସ୍ଥାପନ ପାଇଁ କଣ୍ଠି ପ୍ରଦାନ କରିଥିଲେ ସେହି ଭୂମିରେ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ବାଣି ପ୍ରଚାର ଓ ପ୍ରଭାତ ରାମାୟଣ ରଚନା କରି ଜନ୍ମମାଟିକୁ ଯଶସ୍ୱୀ କରିଥିବା ସ୍ଵର୍ଣ୍ଣମଣି ବାସ୍ତବରେ ନାରୀ ଜାତିର ଗୌରବ ଓ ସୁନାମକୁ ବେଶ ସମୃଦ୍ଧ କରିପାରିଥିଲେ ।  ଏହି ମହିୟସୀ ମହିଳା ଜଣକ କେବଳ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରୁଥିଲେ ସେକଥା ନୁହେଁ । ନାରୀ ସଶକ୍ତି କରଣ ଏବଂ ଦେଶମାତୃକା ପାଇଁ ନିଜେ ରକ୍ତଦାନ କରିବାର ଜ୍ୱଳନ୍ତ ଉଦାହରଣ ସାଜିଥିଲେ ।  ପଟଣା ଗ୍ରାମ ଏକ ପଡ଼ା ଗାଆଁ ହୋଇପାରେ କିନ୍ତୁ ଲଳିତଗିରି ବୌଦ୍ଧ କୀର୍ତ୍ତିରାଜି ପାଇଁ ଯେତିକି ପ୍ରସିଦ୍ଧ ସନ୍ୟାସିନୀ ସ୍ୱର୍ଣ୍ଣମଣିଙ୍କ ପାଇଁ ସେମିତି ଗୌରବାନ୍ୱିତ ।  ଭଜନ-କୀର୍ତ୍ତନ, ଯାଗ-ଯଜ୍ଞ,ଅଷ୍ଟ ପ୍ରହରୀ, ପ୍ରବଚନ, ବିଗ୍ରହ ପ୍ରତିଷ୍ଠା ଭିତରେ ଶ୍ରଦ୍ଧାଳୁ ମାନେ ଝୁରୁଛନ୍ତି ସେହି ନୀରବ ସାଧିକାଙ୍କୁ, ତାଙ୍କର ଗୁରୁ ଅଭିରାମ ପରମହଂସଙ୍କୁ । ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଚାର ଭିତରେ ଆଜିବି ମୁଖରିତ ଲଳିତଗିରି  ଶାନ୍ତିଧାମ ପୁଣ୍ୟପୀଠ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବାବାଜୀ ମହାରାଜ ବୃନ୍ଦାବନ ଦାସ, ଅକ୍ଷୟ କୁମାର ଦାସ, ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ହେମନ୍ତ କୁମାର ପାତ୍ର, ନିତ୍ୟାନନ୍ଦ ନାୟକ, ନିର୍ମଳ ତ୍ରିପାଠୀ, ହେମନ୍ତ ପାତ୍ର, ପ୍ରମୋଦ ଦାସ, କ୍ଷୀରୋଦ ଜେନା, ଭାସ୍କର ସାମଲ, ସର୍ବେଶ୍ୱର ପାତ୍ର, ପ୍ରଦୀପ ପାତ୍ର, ଦୀପକ ପାତ୍ର, ଧ୍ରୁବ ଚରଣ ପ୍ରଧାନ, ଅମୀୟ ଦାସ, ଭାରତ ଭୂଷଣ ତ୍ରିପାଠୀ, କମଳାକାନ୍ତ ପାତ୍ର, ପ୍ରମୁଖ ବହୁ ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ ସମସ୍ତ ‌କାର୍ଯ୍ୟ  ସମ୍ପନ୍ନ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *