Saturday , February 29 2020
Breaking News
Home / ସ୍ୱାସ୍ଥ୍ୟ / ସଚେତନତା ଦ୍ୱାରା କ୍ୟାନ୍ସରକୁ ରୋକାଯାଇପାରିବ

ସଚେତନତା ଦ୍ୱାରା କ୍ୟାନ୍ସରକୁ ରୋକାଯାଇପାରିବ

ଭୁବନେଶ୍ୱର,୦୭/୦୨/୨୦୨୦(ଓଡ଼ିଶା ସମାଚାର)-ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ । ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏକତ୍ରିତ ହୋଇଥିବା କ୍ୟାନ୍ସରକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ଏଭଳି ବାର୍ତା ଦିଆଯାଇଛି । ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଛନ୍ତି ଯେ କ୍ୟାନ୍ସରକୁ ରୋକିବାକୁ ହେଲେ ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତନର ଯଥେଷ୍ଟ ଆବଶ୍ୟକତା ରହିଛି । କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲେ କ୍ୟାନ୍ସରକୁ ପରାସ୍ତ କରିଥିବା ଲୁଧିଆନାର ଆନନ୍ଦ ଆର୍ନୋଲ୍ଡ । ହୁଇଲ୍ ଚେୟାରରେ ବସି ମଧ୍ୟ ସେ ବର୍ତମାନ ବେଶ ପ୍ରତିଷ୍ଠିତ । କାରଣ ଜଣେ ବଡି ବିଲ୍ଡର ଭାବେ ଆନ୍ତର୍ଜାତୀୟ ସ୍ତରରେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ମେରୁଦଣ୍ଡ କ୍ୟାନ୍ସରରେ ପିଡ଼ିତ ହୋଇଥିଲେ । ଅପରେସନ ପରେ ସେ ତିନି ବର୍ଷ ଫିଜିଓଥେରାପି ମଧ୍ୟ ନେଇଥିଲେ । ଯଦିଓ ଏହା ପରେ ତାଙ୍କୁ ସାରା ଜୀବନ ହୁଇଲ୍ ଚେୟାରରେ ରହିବାକୁ ପଡ଼ିଥିଲା ସେ କିନ୍ତୁ ହାର ମାନି ନଥିଲେ । ୧୧ ବର୍ଷ ବୟସରୁ ଜିମ୍ ଯିବା ସହ ବଡି ବିଲ୍ଡର ଭାବେ ସେ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ସେ କ୍ୟାନ୍ସରରେ ପିଡ଼ିତ ହେବା ପରେ ତାଙ୍କର ବେକରୁ ତଳକୁ ଶରୀର ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥିଲା । ତେବେ ଏହା ସତ୍ୱେ ହୁଇଲ୍ ଚେୟାରରେ ବସି ମଧ୍ୟ ସେ ଚାରିଥର ମିଷ୍ଟର ଇଣ୍ଡିଆ (ହୁଇଲ୍ ଚେୟାର) ଟାଇଟଲ୍ ହାସଲ କରିଥିଲେ । ସେହିପରି ଆନ୍ତର୍ଜାତୀୟ ବଡି ବିଲ୍ଡର ପ୍ରତିଯୋଗିତା ମିଷ୍ଟର ଅଲମ୍ପିଆରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ । ଲେଖକ ଆଲେନ୍ ଉଡମ୍ୟାନ୍ ତାଙ୍କ ଜୀବନୀ ଉପରେ ୱେଟଲେସ୍‌: ଏ ଟ୍ରୁ ଷ୍ଟୋରୀ ଅଫ୍ କରେଜ୍ ଆଣ୍ଡ ଡିଟରମିନେସନ୍ ନାମକ ଏକ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକ ୨୦୧୫ ମସିହାରେ ପ୍ରକାଶିତ ହୋଇ ବେଶ ଆଦୃତି ଲାଭ କରିଥିଲା । ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ ଯେ ଜୀବନ ଏଇଠି ସରିଗଲା । ଆର୍ନୋଲ୍ଡ ଏଭଳି କହିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ । ଏହି ଅବସରରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଜଣେ ବ୍ୟକ୍ତି ଯଦି ସକାରାତ୍ମକ ମନୋଭାବ ରଖିବ ତେବେ ରୋଗ ତା\’ଠାରୁ ଦୂରେଇ ଯିବ । ଚଳିତବର୍ଷର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି ମୁଁ କରିପାରିବି । ଏହି ଥିମ୍‌କୁ ନେଇ ସମ୍ ହସ୍ପିଟାଲ୍ ର ଅଙ୍କୋସାଇନ୍ସ ବିଭାଗର ଅଙ୍କୋସର୍ଜନ୍ ପ୍ରଫେସର ସୁନିଲ୍ ଅଗ୍ରୱାଲ୍ କହିଥିଲେ ଯେ କ୍ୟାନ୍ସର ଚିହ୍ନଟ ହେବା ପରେ ଏହି ପରିସ୍ଥିତିକୁ ବ୍ୟକ୍ତି ଜଣକ କିପରି ଗ୍ରହଣ କରୁଛି ତାହା ଉପରେ ସବୁକିଛି ନିର୍ଭର କରେ । ଓଡ଼ିଶା ସମାଚାର

About admin

Check Also

ଏସସିବିରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗ ରେ  ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- ଏସ୍‌ସିବି ମେଡିକାଲ କଲେଜ୍ ଏଣ୍ଡ୍ ହସପିଟାଲ୍‌ରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗରେ ହାଇକୋର୍ଟ ନିଜ …

Leave a Reply

Your email address will not be published. Required fields are marked *