Friday , November 22 2019
Breaking News
Home / କୃଷି / ସଙ୍କଟରେ ଚାଷୀ ଓ ଚାଷର ଭବିଷ୍ୟତ -ସୁବାସ କୁମାର ତାରଣିଆଁ

ସଙ୍କଟରେ ଚାଷୀ ଓ ଚାଷର ଭବିଷ୍ୟତ -ସୁବାସ କୁମାର ତାରଣିଆଁ

ଭାରତ ଏକ କୃଷି ପ୍ରଧାନ ଦେଶ । ଭାରତର ଶତକଡ଼ା ୭୫ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଏକଦା କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କୃଷିଜୀବି ରାଷ୍ଟ୍ର ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଦେଶର ୧୨୦ କୋଟି ଜନତା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । କାରଣ ବିନା ଖାଦ୍ୟରେ ମଣିଷ ଜୀବନ ଯାପନ କରିବା ଅସମ୍ଭବ । ତେଣୁ ଚାଷୀମାନେ ହିଁ ଖାଦ୍ୟର ଅଭାବକୁ ପୂରଣ କରିଥାନ୍ତି । ସେଥିପାଇଁ ଚାଷୀଙ୍କୁ ଅନ୍ନଦାତା ବୋଲି କୁହାଯାଏ । ‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’ ଏହି ଉକ୍ତିଟିକୁ ପ୍ରମାଣିତ କରି ଚାଷୀଟି ବଢି ଭୋରରୁ କଂସାଏ ପଖାଳ ଓ ଶାଗଭଜା ଖାଇ ତାର ଅତି ଆପଣାର ସାଥୀ ବଳଦଙ୍କୁ ଯୋଚି ଲଙ୍ଗଳ ଧରି ବିଲକୁ ଯାଏ ଚାଷ କାମ ପାଇଁ । ଖରା ବର୍ଷାକୁ ଖାତିର ନ କରି ନିଜ ଜମିକୁ ଉର୍ବର କରି ସୁନାର ଫସଲ ପଳାଇବା ପାଇଁ ଅହରହ ପ୍ରୟାସ କରିଥାଏ । ସମୟର ପରିବର୍ତନ ଫଳରେ ପୁରାତନ ଚାଷ ପଦ୍ଧତିକୁ ଛାଡ଼ି ଆଧୁନିକ ପଦ୍ଧତିରେ ଉନ୍ନତମାନର ବିହନ, କୀଟନାଶକ ଔଷଧ ଓ ରାସାୟନିକ ସାର ପ୍ରୟୋଗ ମାଧ୍ୟମରେ କିପରି କମ୍ ଜମିରେ ଅଧିକ ଫସଲ ଅମଳ କରିପାରିବ ସେଥିପ୍ରତି ଅଧିକ ଦୃଷ୍ଟି ଦେଉଛି ଚାଷୀ । ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ମଧ୍ୟ ଚାଷୀ ଅବଦାନ ଅତୁଳନୀୟ । କାରଣ ଆମ ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ ପଡ଼ୋଶୀ ରାଷ୍ଟ୍ରକୁ ପଠାଯାଉଥିବା ବେଳେ ପଡ଼ୋଶୀ ରାଷ୍ଟ୍ରରେ ଉତ୍ପାଦିତ ଦ୍ରବ୍ୟ ମଧ୍ୟ ଆମ ଦେଶକୁ ଆସିଥାଏ ଯାହାକୁ ଆମଦାନୀ ଓ ରପ୍ତାନୀ କୁହାଯାଏ । ବେଳେ ବେଳେ କିଛି କୁଟନୈତିକ ଶକ୍ତି ପ୍ରୟୋଗ କରି ଅନେକ ରାଷ୍ଟ୍ର ଆମ ଦେଶକୁ ଦ୍ରବ୍ୟ ରପ୍ତାନୀ କରିବାରେ ଜାଣିଶୁଣି ସମସ୍ୟା ସୃଷ୍ଟି କରନ୍ତି । ଫଳରେ ଦେଶରେ କଳାବଜାରୀ ଓ ଅଭାବୀ ବିକ୍ରି ଦେଖାଦିଏ ଏବଂ ଏଥିପାଇଁ •ଷୀ ବହୁ ସମସ୍ୟାର ସମ୍ମୁଖୀନ ହୁଏ, ଯାହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ୁଥିବା ବେଳେ ଏହାର ଫାଇଦା ନେଅନ୍ତି କିଛି ଅସାଧୁ ବ୍ୟବସାୟୀମାନେ । ତେବେ ଯେଉଁ କୃଷକ ଦିନ ରାତି ପରିଶ୍ରମ କରି ନିଜ ରକ୍ତକୁ ପାଣି କରି ଦେଶକୁ ଖାଦ୍ୟଶସ୍ୟ ଯୋଗାଉଛି, ସେହି କୃଷକ ଏବେ ଘୋର ସଙ୍କଟ ଦେଇ ଗତିକରୁଛି ଓ ଚାଷର ଭବିଷ୍ୟତ ମଧ୍ୟ ଅନ୍ଧାରରେ । କାରଣ କୃଷକ ଆଜି ଉପଯୁକ୍ତ ପ୍ରୋତ୍ସାହନରୁ ବଂଚିତ । ଯଦି ଚାଷୀକୁ ଉପଯୁକ୍ତ ପ୍ରୋତ୍ସାହନ ସହିତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇପାରିବ, ତେବେ ଜଣେ ଚାଷୀ ଭଲ ଫସଲ ଉତ୍ପାଦନ କରିପାରିବ ଓ ଚାଷ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବ । କିନ୍ତୁ ଉପଯୁକ୍ତ ପ୍ରୋତ୍ସାହନର ରାଶି ସାଙ୍ଗକୁ ଆବଶ୍ୟକୀୟ ସାମଗ୍ରୀ ଅଭାବରୁ ଫସଲରେ କ୍ଷତି ଘଟୁଛି ଏବଂ ଚାଷୀ ଆତ୍ମହତ୍ୟା କରୁଛି । ସେହିପରି ଦୈବ ଦୁର୍ବିପାକ ଘଟଣା ପାଇଁ ମଧ୍ୟ ଚାଷ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’ । ଜଳସେଚନ ପ୍ରତି ଯଥେଷ୍ଟ ପ୍ରାଧାନ୍ୟ ଦିଆ ନଯିବାରୁ ଜଳ ସଙ୍କଟରୁ ଚାଷୀ ମରୁଡ଼ିର ସମ୍ମୁଖୀ ହେଉଛି ଓ ଅତ୍ୟଧିକ ବୃଷ୍ଟିବାତ ଓ ବନ୍ୟା ଫଳରେ କ୍ଷେତରେ ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହିବା ଫଳରେ ଫସଲ ପଚି ନଷ୍ଟ ହୋଇଯାଉଛି । ଫଳରେ ଚାଷୀଟି ଋଣ କରି •ଷରେ ଲଗାଇଥିବା ପୁଞ୍ଜି ଶୁଝି ନପାରି ଆତ୍ମହତ୍ୟା କରୁଛି ।
ଆମ ଦେଶରେ ସରକାରୀ ପଦପଦବୀରେ ଅବସ୍ଥାପିତ ବଡ଼ ବଡ଼ ଅଫିସରଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ କିରାଣୀ ଓ ପିଅନ ପର୍ଯ୍ୟନ୍ତ ନିଜର •କିରୀ କାଳ ମଧ୍ୟରେ ନିଜର କର୍ତବ୍ୟ ଓ କାର୍ଯ୍ୟଦକ୍ଷତା ତୁଳନାରେ ଢେର ଅଧିକ ଦରମା ପାଇବା ସହିତ ସରକାରୀ ସୁବିଧା ଯଥା ମାଗଣା ଘର, ଗାଡ଼ି, ସ୍ୱାସ୍ଥ୍ୟ ସେବା, ଇପିଏଫ୍ ଓ ଇଏସ୍ଆଇ ଇତ୍ୟାଦି ସୁବିଧା ପାଉଛନ୍ତି ଏବଂ ଅବସର ପରେ ସାରା ଜୀବନ ପେନ୍ସନ ପାଇ ସୁଖ ସ୍ୱାଚ୍ଛନ୍ଦରେ ଜୀବନ ଅତିବାହିତ କରୁଛନ୍ତି । ସେହିପରି ରାଜନୀତି କ୍ଷେତ୍ରରେ ଜନପ୍ରତିନିଧିମାନେ ମାତ୍ର ୫ ବର୍ଷ ପାଇଁ ନିର୍ବାଚିତ ହେଉଥିଲେ ମଧ୍ୟ ପାଂଚଞ୍ଚ ବର୍ଷ ମଧ୍ୟରେ ନିଜର ମୋଟା ଅଙ୍କର ଦରମା ସହିତ ଅସାଧୁ ଉପାୟରେ ପ୍ରଚୁଳ କଳାଧନ ଠୁଳ କରି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପେନସନ ପାଇ ଜୀବନ ଅତିବାହିତ କରନ୍ତି ଏବଂ ପାରିବାରିକ ରାଜନୀତିକୁ ଆପଣେଇ ନିଜେ ରାଜନୀତିରୁ ଦୂରେଇ ରହି ନିଜ ପୁଅ, ଝିଅଙ୍କୁ ସୁଯୋଗ ଦେଇ ଟଙ୍କାର ପାହାଡ଼ ସୃଷ୍ଟିକରି ଚାଲନ୍ତି ବହୁ ବିଳାସପୂର୍ଣ୍ଣ ଅଟ୍ଟାଳିକାର ମାଲିକ ବନୁଥିବା ବେଳେ ଚାଷୀଟି ନିଜ କ୍ଷେତରୁ ଚାଷକାର୍ଯ୍ୟ ସାରି ଘରକୁ ଫେରିଲା ପରେ ଘରେ ରୋଷେଇ କରିବା ପାଇଁ ସଉଦା ନଥିବା ବେଳେ ଅର୍ଥ ଅଭାବରୁ ପୁଅର ପାଠପଢାରେ ଡ଼ୋରୀ ବନ୍ଧା ହେଉଛି, ଋଣ ପରିଶୋଧ କରିନପାରିବାରୁ ଗାଁ ସାହୁକାରଙ୍କ ଜୁଲମ୍ ଚାଷୀକୁ ଆତ୍ମହତ୍ୟା କରିବାକୁ ଏକ ପ୍ରକାର ବାଧ୍ୟ କରୁଛି, ପରିବାରର ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରି ଚଷା ପୁଅ ଝିଅମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ନେତା, ମନ୍ତ୍ରୀମାନେ ସେମାନଙ୍କ ଝିଅ ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସୁଥିବା ବେଳେ ଚାଷୀଟି ନିଜ ଝିଅ ବାହାଘର ପାଇଁ ଅର୍ଥ ଅଭାବରୁ ଘରର ପଟ୍ଟା ପାଉତି ଗାଁ ସାହୁକାର ପାଖରେ ବନ୍ଧା ପକାଇଲାଣି ତ ଆଉ କେଉଁଠି ତାର ଅତି ଆପଣାର ସାଥୀ ନିଜର ବଳଦକୁ ବିକିବାକୁ ବାଧ୍ୟ ହେଉଛି ।
ଅପର ପକ୍ଷରେ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଚାଷୀ ପ୍ରତି ଶକ୍ତ ଧକ୍କା ଲାଗିଛି । ଫଳରେ ଚାଷରେ ଉନ୍ନତି ଘଟିଛି ସତ, ମାତ୍ର ଚାଷୀ କିନ୍ତୁ ରସାତଳକୁ ଗତି କରୁଛି । ଟ୍ରାକ୍ଟରର ବ୍ୟବହାର ଯୋଗୁ ଚାଷୀ ତାର ବଳଦ ଓ ଲଙ୍ଗଳ ସାହାଯ୍ୟରେ ଜମିକୁ ଚାଷ କରି ଦି’ପଇସା ରୋଜଗାର କରି ନିଜର ପରିବାର ଭରଣ ପୋଷଣ କରୁଥିଲା ସେ ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଉ ହଳ ଲଙ୍ଗଳ କ୍ଷେତରେ ଦେଖିବାକୁ ମିଳୁନାହିଁ, ବଳଦ ଏବେ ଅଦରକାରୀ ହୋଇଯାଇଛି ଏବଂ ଲଙ୍ଗଳ ଘରେ ରହି ରହି କିଛିଦିନ ପରେ ନଷ୍ଟ ହୋଇଯାଉଛି । ସେହିପରି ଧାନ ରୁଆ ସମୟରେ ଚାଷୀ ତାର ସ୍ତ୍ରୀ ଓ ପିଲାଙ୍କୁ ଧରି ଧାନ ରୋଇ କିଛି ରୋଜଗାର କରି ଭବିଷ୍ୟତ ପାଇଁ ସଂଚୟ କରୁଥିବା ବେଳେ ଏବେ ସେ ସ୍ଥାନ ପୂରଣ କରିଛି ଧାନରୁଆ ମେସିନ୍, ଯାହା ଫଳରେ କିଛି ଶିଳ୍ପ ପ୍ରତିଷ୍ଠାନ ଓ ଟ୍ରାକ୍ଟର ମାଲିକମାନେ ମାଲେମାଲ ହେଉଛନ୍ତି । ସେହିପରି ପ୍ରଶାସନିକ ଅଧିକାରୀ, ଜମି ମାଫିଆ ଓ ଦଲାଲମାନଙ୍କ ମିଳିତ ଚକ୍ରାନ୍ତରେ ଚାଷ ଜମିର କିସମ ପରିବର୍ତନ କରାଯାଇ ଘରବାରିରେ ପରିଣତ କରାଯାଉଛି । ଫଳରେ ଏହି ଜମି ଦଲାଲ ଓ ମାଫିଆ ମାନେ ଚାଷୀଙ୍କୁ ଧମକ ଚମକ ଦେଇ ସେମାନଙ୍କ ଜମିକୁ ଶାଗମାଛ ଦରରେ କିଣି ତାକୁ ପ୍ଲଟିଂ କରି, ଘରବାରି ଦର୍ଶାଇ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି ଓ ଆଉ କିଛି ଜମି ଚଢା ଦର କାରଣରୁ ପଡ଼ିଆ ହୋଇ ପଡ଼ିରହୁଛି । ଫଳରେ ଚାଷୀ ଅନେକ କ୍ଷତି ସହୁଥିବା ବେଳେ •ଷରେ ବାଧା ସୃଷ୍ଟି ହେଉଛି ଓ ‘ଜୟ ଯବାନ ଜୟ କିଷାନ’ ଆଜି ‘ଜୟ ଯବାନ ଜୟ ପ୍ରଶାସନ’ରେ ପରିଣତ ହୋଇଛି ।
ଦେଶରେ ସମୁଦାୟ ଚାଷୀମାନଙ୍କ ମଧ୍ୟରୁ ଅଶୀ ଭାଗ ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର •ଷୀ । କୃଷି ଦେଶର ପଚାଶଭାଗ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଉଥିଲା ବେଳେ ସେମାନଙ୍କୁ ଅବହେଳା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଅନେକ ଧାନଚାଷୀ, ମୁଗ ଚାଷୀ, ଆଖୁଚାଷୀଙ୍କ ଭଳି ଆହୁରି ଅନେକ ଚାଷୀ ଏବେ ବି ସରକାରୀ ସାହାଯ୍ୟ ସୁବିଧାକୁ ଚାହିଁ ବସିଛନ୍ତି । ଆଧୁନିକ ଜ୍ଞାନକୌଶଳ, ଉନ୍ନତମାନ ବିହନର ଅଭାବ ସହିତ ଜଳସେଚନର ସୁବିଧା, ବିଶେଷକରି ପାଣିପାଗ ସମ୍ବନ୍ଧୀୟ ତଥ୍ୟ ପ୍ରଦାନରେ ବିଫଳତା, ବ୍ୟାଙ୍କମାନଙ୍କ ତରଫରୁ ଋଣ ପ୍ରଦାନରେ ଅବହେଳା, ଗାଁ ସାହୁକାରର ଚାଷୀମାନଙ୍କ ପ୍ରତି ଜୁଲମ, ଉତ୍ପାଦିତ ଦ୍ରବ୍ୟର କ୍ରୟ ବିକ୍ରୟ ପାଇଁ ସ୍ଥାନ ଚିହ୍ନଟ ନ କରିବା, ଭାଗଚାଷୀମାନଙ୍କୁ ଚିହ୍ନଟ ପ୍ରକ୍ରିୟାରେ ଜାଣିଶୁଣି ଅବହେଳା କରିବା, ଉତ୍ପାଦିତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା ନକରିବା କାରଣରୁ ଚାଷୀ ଆଜି ଦେଶର ଅନ୍ନଦାତା ହୋଇଥିଲେ ମଧ୍ୟ ତାର ଅଭାବ ଦେଖାଦେଇଛି । ଯଦିଓ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବା ସହିତ ରାଜ୍ୟ ସରକାର ମଧ୍ୟ କାଳିଆ ଯୋଜନାରେ ୭୫ ହଜାର •ଷୀମାନଙ୍କୁ ସାମିଲ୍ କରାଯାଇଛି, ତଥାପି ଚାଷୀମାନେ ପାରମ୍ପରିକ ଚାଷ କରୁଥିବା ବେଳେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ବିକଳ୍ପ କୃଷି ସମ୍ପର୍କରେ ସୂଚନା ଦେବା ସହ ତାଲିମ୍ ଦେବାର ଆବଶ୍ୟକତା ରହିଛି । ଏଥିପାଇଁ •ଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପଞ୍ଜିିକରଣ କରିବା, ପ୍ରତିରାଜ୍ୟ ଓ ଜିଲ୍ଲାରେ କୃଷ ଗବେଷଣା କେନ୍ଦ୍ର ଖୋଲାଯାଇ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ସେମାନଙ୍କୁ ତାଲିମ୍ ଦେବା, ବୃଷ୍ଟି ଜଳକୁ ସଂରକ୍ଷତି ରଖି ତାକୁ •ଷ ସମୟରେ ଠିକ ଭାବେ ବିନିଯୋଗ କରିବା, ବହୁ ପାରିମାଣରେ ଶୀତଳ ଭଣ୍ଡାର ନିର୍ମାଣ କରି ଉତ୍ପାଦିତ ଦ୍ରବ୍ୟସବୁକୁ ସୁରକ୍ଷିତ ରଖିବା ସହିତ ଗରିବ ଚାଷୀଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ଏକ କୃଷକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ଦୈବୀ ଦୁର୍ବିପାକ ଓ ଅତ୍ୟାବଶ୍ୟକ ସମୟରେ ଏହି ପାଣ୍ଠିର ସୁବିନିଯୋଗ କରାଯାଇପାରିବ । ସରକାରୀ ପଦାଧିକାରୀଙ୍କ ଭଳି କୁଶଳୀ ତଥା ଅଭିଜ୍ଞ ଚାଷୀମାନଙ୍କୁ ପୁରସ୍କୃତ କରାଯିବା ସହିତ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରାଯାଏ, ତେବେ ଯାଇ ଚାଷୀର ସବୁ ସମସ୍ୟା ଦୂର ହୋଇପାରନ୍ତା ଓ ଚାଷୀମାନଙ୍କୁ ଆଉ ଆତ୍ମହତ୍ୟା କରିବାକୁ ପଡ଼ନ୍ତା ନାହିଁ ।
-୦-
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

About admin

Check Also

ନବ ଉତ୍କଳର ନିର୍ମାତା ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ଦିଆଯାଉ

ମହତାବ ଏକାଡେମୀ ପକ୍ଷରୁ ମହତାବ ଜୟନ୍ତୀରେ ଦୃଢ଼ ଦାବି ଭୁବନେଶ୍ୱର ,୨୧/୧୧/୨୦୧୯(ଓଡ଼ିଶା ସମାଚାର)-ମହତାବ ଏକାଡେମୀ, ଓଡିଶା ପକ୍ଷରୁ ବିଶିଷ୍ଟ ସ୍ୱାଧିନତା …

Leave a Reply

Your email address will not be published. Required fields are marked *