Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ସକ୍ଷମ ୨୦୨୦: ୱାକାଥନ୍

ସକ୍ଷମ ୨୦୨୦: ୱାକାଥନ୍

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ସକ୍ଷମ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହା ପ୍ରତି ବର୍ଷ ୧୬ ଜାନୁୟାରୀ ରୁ ୧୫ ଫେବୃଆରୀ ପର‌୍ୟ୍ୟନ୍ତ ପିସିଆରଏ (ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା) ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ମିଳିତ ଭାବେ ଅନୁଷ୍ଠିତ ହୁଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଜନସାଧାରଣଙ୍କୁ ତୈଳ ଓ ଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥି ପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କରାଇବା । ଏହି ସମୟ କାଳରେ ସମସ୍ତଙ୍କ ନିକଟରେ ଇନ୍ଧନ ସରଂକ୍ଷଣର ବାର୍ତ୍ତା ପହଂଚାଇବା ପାଇଁ ପରିବହନ, ଉଦ୍ୟୋଗିକ, କୃଷି ଏବଂ ଘରୋଇ କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୁଏ ।
ପେଟ୍ରୋଲିୟମ ସରଂକ୍ଷଣ ବିଷୟରେ ଲୋକମାନଙ୍କୁ ସଜାଗ କରିବା ପାଇଁ ସରକାରଙ୍କ ଦ୍ୱାରା ପରିବହନ, ଶିଳ୍ପ, କୃଷି ଏବଂ ଘରୋଇ କ୍ଷେତ୍ରରେ ଇନ୍ଧନର ଦକ୍ଷତା ବୃଦ୍ଧି ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏବଂ ପରିବହନ କ୍ଷେତ୍ରରେ ମଧ୍ୟ ବିଭିନ୍ନ ତାଲିମ ଶିବିର ଅନୁଷ୍ଠିତ ହେଉଛି । ସକ୍ଷମ ୨୦୨୦ ଅଧିନରେ ବିଭିନ୍ନ ସଚେଚନତା କାର‌୍ୟ୍ୟକ୍ରମ ଦ୍ୱାରା ପେଟ୍ରୋଲିୟମର ଉଚିତ ବ୍ୟବହାର କରି ଏହାର ସରଂକ୍ଷଣ କରିବା ପାଇଁ ବାର୍ତ୍ତା ଦିଆଯାଇଛି । ସରଂକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ କୁଇଜ, ରଚନା, ଚିତ୍ରାଙ୍କନ, ବକୃତା ଆଦି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି ଏବଂ ଘରୋଇ କ୍ଷେତ୍ରରେ ମହିଳାମାନଙ୍କୁ ନେଇ ଦକ୍ଷ ଇନ୍ଧନ ବ୍ୟବହାର କରି ରୋଷେଇ ପ୍ରତିଯୋଗିତା ସହ ଅନ୍ୟ କାର‌୍ୟ୍ୟକ୍ରମ ଯଥା ୱାକାଥନ, ସାଇକ୍ଲୋଥନ ଓ ଇଂଜିନିୟରିଂ କଲେଜରେ ଶିବିର ଅୟୋଜନ କରାଯାଉଛି, ସିନେମା ହଲରେ ତୈଳ ସରଂକ୍ଷଣ ଉପରେ ଭିଡିଓ ପ୍ରଦର୍ଶନ କରିବା ସହ କିଶାନ ମେଳା, ମେଗା ଫ୍ଲିଟ ଅପରେଟର ଆଦି କାର‌୍ୟ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ।

ସକ୍ଷମ ୨୦୨୦ ଦ୍ୱାରା ପାଳିତ ଆଜିର ୱାକାଥନ, ତୈଳ ଉଦ୍ୟୋଗ ଯଥା ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଏବଂ ଗେଲ୍ ଦ୍ୱାରା ମିଳିତ ଭାବେ ୨୯ ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ଏହି ସଚେତନତା କାର‌୍ୟ୍ୟକ୍ରମ ସବୁ ବର୍ଗର ଲୋକଙ୍କୁ ସଚେତନ କରାଇବ, ମୁଖ୍ୟତଃ ଏହା ଆଗାମୀ ପିଢି ପାଇଁ ସହାୟକ ହେବ ଏବଂ କିଭଳି ଘରୋଇ ଓ ପରିବହନ କ୍ଷେତ୍ରରେ ସରଂକ୍ଷଣର ଯଥେଷ୍ଟ ସମ୍ଭାବନା ଥିବା ବିଷୟରେ ମଧ୍ୟ ସଚେତନତା ସୃଷ୍ଟି ହେବ । ଛାତ୍ରଛାତ୍ରୀମାନେ ଧରିଥିବା ପ୍ଲାକାର୍ଡରୁ ଭବିଷ୍ୟତ ପାଇଁ ତୈଳ ଏବଂ ଗ୍ୟାସ ସରଂକ୍ଷଣର ବାର୍ତ୍ତା ମିଳୁଥିଲା । ସରକାର ଅଧିନସ୍ଥ ତୈଳ ଉଦ୍ୟୋଗ ଗୁଡିକର ପ୍ରତିନିଧି, ଡିଲର ଏବଂ ଏଲପିଜି ଡିଷ୍ଟ୍ରିବ୍ୟୁଟରମାନେ ଏହି ଉତ୍ସବରେ ଭାଗ ନେଇଥିଲେ ।
“ସକ୍ଷମ ୨୦୨୦”ର ବିଷୟ ବସ୍ତୁ ହେଉଛି “ଇନ୍ଧନ ବ୍ୟବହାର କରିବା ହ୍ରାସ, ପରିବେଶ ରକ୍ଷା କରିବା ଆସ”ା ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *