Sunday , December 8 2019
Home / ବିଶେଷ / ସଂପର୍କ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସଂପର୍କ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସଦ ପକ୍ଷରୁ ୧୬ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଉପଦେଷ୍ଟା ପ୍ରାଧ୍ୟାପକ ଡ଼ଃ ପୂଣ୍ଣଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ବହୁଗ୍ରାମସ୍ଥିତ ଖରାଖିଆ ମହାଦେବଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନୂଆଖାଇ ଦିନ ସଂପର୍କ ସାହିତ୍ୟ ଅନୁଷ୍ଠାନ ୧୬ତମ ବାର୍ଷିକ ଉତ୍ସବ ପାଇଁ କାର୍ଯ୍ୟକର୍ତ୍ତା ଓ ସଭ୍ୟସଭ୍ୟାମାନେ ଏହି ବୈଠକରେ ଉପସ୍ଥିତ ରହି ସ୍ୱମତ ଉପସ୍ଥାପନ କରିଥିଲେ । ସଂସଦର ସଂପାଦକ କବି ଚନ୍ଦ୍ରମଣୀ ଭୂୟାଁ ବିଗତ ବର୍ଷର ଆୟ ବ୍ୟୟ ଉପସ୍ଥାପନ କରିଥିଲେ ।  ସଂପର୍କ ଅନୁଷ୍ଠାନର  ଉପସଭାପତି ଶିକ୍ଷାବିତ୍ ବିଭୂତି ଭୂଷଣ ପରିଡ଼ା ପତ୍ରିକା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଂପର୍କର ସଭାପତି ତୁଷାରକାନ୍ତ ମହାନ୍ତି ୧୬ତମ ବାର୍ଷିକ ଉତ୍ସବ କିପରି ସରସ ସୁନ୍ଦର ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନୁଷ୍ଠାନ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟା ଡ଼ଃ ତରୁଲତା ଦେବୀ ଏହି ପ୍ରସ୍ତୁତି ବୈଠକରେ ବକ୍ତବ୍ୟ ରଖିଥିଲେ । ଉମେଶ ଚନ୍ଦ୍ର ସାହୁ , ଗଗନ ବିହାରୀ ମିଶ୍ର, ବଟକୃଷ୍ଣ ସ୍ୱାଇଁ, ଡ଼ଃ ସୁଶାନ୍ତ କୁମାର ପାଢ଼ୀ, କୃଷ୍ଣଚନ୍ଦ୍ର ନାୟକ, ଅନନ୍ତଗୋପାଳ ପଣ୍ଡା, ଉମାକାନ୍ତ ନାୟକ, ସାମ୍ବାଦିକ ସୈାମ୍ୟରଂଜନ ଭୂୟାଁ , ଶ୍ରୀମନ୍ତ ଘୋଷଙ୍କ ସହ ଅର୍ଦ୍ଧଶତାଧିକ ସଭ୍ୟ ଉପସ୍ଥିତ ଥିଲେ । ଆଲୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଖାଉଟିବିବାଦ ପ୍ରତିକାର ମଂଚ ଦ୍ୱାରା ବରୋଦା ବ୍ୟାଙ୍କ ଦଣ୍ଡିତ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଶୁକ୍ରବାର ଜଗତସିଂଗପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଂଚ ଜାକିର ହୁସେନ୍ ନାମଙ୍କ ଜଣେ …

Leave a Reply

Your email address will not be published. Required fields are marked *