Wednesday , February 26 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବା : ଦୁର୍ବୃତଙ୍କ ଗୁଳି ମାଡ଼ରେ ଜଣେ ମୃତ – ପୋଲିସ୍ ର ଏନକାଉଂଟରରେ ୪ ଅପରାଧୀ ଆହତ

ସଂକ୍ଷେପରେ ତାଜା ଖବା : ଦୁର୍ବୃତଙ୍କ ଗୁଳି ମାଡ଼ରେ ଜଣେ ମୃତ – ପୋଲିସ୍ ର ଏନକାଉଂଟରରେ ୪ ଅପରାଧୀ ଆହତ

ବ୍ରଜରାଜନଗର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଗତକାଲି ରାତି ପ୍ରାୟ ସାଢ଼େ ୮ ଟା ସମୟରେ ବ୍ରଜରାଜନନଗର ମୁଖ୍ୟ ବଜାରର ଏକ ଜଳଖିଆ ଦୋକାନରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଜଣେ ମୃତ୍ୟୁ ବରଣ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ବ୍ରଜରାଜନଗର ମୁଖ୍ୟବଜାରରେ ଥିବା ଲକ୍ଷ୍ମୀ କ୍ୟାବ ନାମକ ଏକ ଜଳଖିଆ ଦୋକାନରେ ମଂଟୁ ଘୋଷ (୩୦) ନାମକ ଯୁବକ ଜଳଖିଆ ଖାଇସାରି କାଉଂଟରରେ ପେମେଂଟ କରିବାକୁ ଛିଡ଼ା ହୋଇଥିବାବେଳେ ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ ସେଠାରେ ପହଂଚି ଅତି ନିକଟରୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୋଟିଏ ଗୁଳି ମଂଟୁର ମୁଣ୍ଡରେ ବାଜିବାରୁ ସେ ସେହିଠାରେ ଟଳିପଡ଼ିଥିଲେ । ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ର ତଥ୍ୟ ଆଧାରରେ ପୋଲିସ୍ ଅପରାଧୀଙ୍କ ସୁରାଗ ପାଇ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ୍ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ । ପୋଲିସ୍ ର ଗୁଳିରେ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ଆହତ ହୋଇଥିଲେ । ପୋଲିସ୍ ର ପାଲଟା ଗୁଳିରେ ୪ ଜଣ ଦୁର୍ଦ୍ଧାନ୍ତ ଅବରାଧୀ ନିକି ସିଂ, ଅନନ୍ତ ଧଳ,ଶୈଳେନ୍ଦ୍ର ପାତ୍ର ଓ ରଫିକ୍ ଆନସରୀ ଆହତ ହୋଇଥିଲେ । ତାଙ୍କ ଠାରୁ ୨ ଟି ବନ୍ଧୁକ ଜବତ ହୋଇଛି । ଆହତ ଫାଣ୍ଡି ଅଧିକାରୀ ଓ ୪ ଅପରାଧୀଙ୍କୁ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କଠୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଲେ ଲୁଟିଆ

ରାୟଗଡା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ରାୟଗଡା ସହରରେ ଦିନ ଦ୍ୱିପହରରେ ବ୍ୟବସାୟୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା ସହରରେ ଆଲୋଡ଼ନ ସୃଷ୍ଟିକରିଛି। ସ୍ଥାନୀୟ ଓଭରବ୍ରିଜ …

Leave a Reply

Your email address will not be published. Required fields are marked *