Saturday , November 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର – ଡ଼୍ରଗ୍ସ କାରବାରକୁ ବିରୋଧ କରି ବାପ ଓ ପୁଅଙ୍କୁ ଗୁଳି ମାଡ଼ – ପୁଅ ମୃତ , ଗାଁ ରେ ଉତେଜନା, ୨ ପ୍ଲାଟୁନ ଫୋର୍ସ ମୁତୟନ

ସଂକ୍ଷେପରେ ତାଜା ଖବର – ଡ଼୍ରଗ୍ସ କାରବାରକୁ ବିରୋଧ କରି ବାପ ଓ ପୁଅଙ୍କୁ ଗୁଳି ମାଡ଼ – ପୁଅ ମୃତ , ଗାଁ ରେ ଉତେଜନା, ୨ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୦୭/୧୧/୨୦୧୯(ଓଡ଼ିଶା ସମାଚାର)- ଡ଼୍ରଗ୍ସ କାରବାରକୁ ବିରୋଧ କରି ବାପ ଓ ପୁଅଙ୍କୁ ଗୁଳି ମାଡ଼ ହୋଇଥିବାବେଳେ ହସପିଟାଲ ରେ ପୁଅର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ସରକନ୍ତା ଠାରେ ଏହି ଗୁଳିକାଣ୍ଡ ଘଟିଛି । ବାପ ଅଭିମନ୍ୟୁ ଜେନା ଓ ପୁଅ ଅନୀଲ ଜେନା ଗ୍ରାମର ଡ଼୍ରଗ୍ସ ମାଫିଆ ବାପି କୁ ବିରୋଧ କରିଥିଲେ । ବାପି ଜଣେ ଡ଼୍ରଗ୍ସ ମାଫିଆ । ନିକଟରେ ଜେଲ ରୁ ଫେରିଛି । ଅନୀଲ ତାକୁ ବିରୋଧ କରୁଥିବାରୁ ସେ ତାକୁ ହତ୍ୟା ଧମକ ଦେଇଥିଲା । ଗୋଟିଏ ବାଇକ୍ ରେ ଆଜି ବାପି ଓ ତାର ଦୁଇ ସହଯୋଗୀ ହାପି ଓ ଆଲେକ ଆସି ଅନୀଲ ସହିତ ଝଗଡ଼ା କରିଥିଲେ । ସେତିକିବେଳେ ବାପି ଅନୀଲକୁ ଗୁଳି କରିଥିଲା । ଅନୀଲ ର ବାପା ଅଭିମନ୍ୟୁ ପୁଅ ସହିତ ଝଗଡ଼ା ଲାଗିଥବବା ଦେଖି ଯାଉଥିବାବେଳେ ତାଙ୍କୁ ମଧ୍ୟ ଗୁଳି କରିଥିଲେ । ଉଭୟ ବାପ ଓ ପୁଅକୁ ଏମସ ରେ ଭର୍ତି କରାଯାଇଥିବାବେଳେ ସେଠାରେ ପୁଅ ଅନୀଲ ର ମୃତ୍ୟୁ ହୋଇଛି । ଗାଁ ରେ ଉତେଜନା ଦେଖାଦେଇଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଖଣ୍ଡଗିରି ଥାନା ପୋଲିସ୍ ପହଂଚି ଘଟଣାର ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା

କଟକ ,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘ ଦିନ ପରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା । ଗତ ୨୦୧୬ ଅକ୍ଟୋବର …

Leave a Reply

Your email address will not be published. Required fields are marked *