Friday , October 18 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଚୋରାମଦ ବିକୁଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ୍ ଅରଡ଼ପଲୀର ସୁଶାନ୍ତ ବେହେରା କୁ ଉଠାଇ ଆଣିଥିଲା । ତେବେ ସେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ହସପିଟାଲ , ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲ ଓ ପରେ ପୁଣି କଟକ ବଡ଼ ଡ଼ାକ୍ତରଖାକାକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ବଡ଼ ଡ଼ାକ୍ତରଖାନାରେ ସୁଶାନ୍ତ ର ମୃତ୍ୟୁ ହୋଇଥିଲା । ସୁଶାନ୍ତ କୁ ଘରୁ ପୋଲିସ ଉଠାଇ ନେଇଥିବାବେଳେ ସେ ସୁସ୍ଥ ଥିଲା । ତେଣୁ ତାକୁ ଥାନା ହାଜତରେ ତାକୁ ନିର୍ଯ୍ୟାତନା ଦିଆଯିବା ଫଳରେ ତାର ମୃତ୍ୟୁ ହୋଇଥିବା ତାର ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ପଟ୍ଟାମୁଣ୍ଡାଇ ଥାନା ଘେରିଛନ୍ତି । ଗ୍ରାମର ଶହ ଶହ ଲୋକ ଥାନା ବାହାରେ ରୁଣ୍ଡ ହୋଇ ସୁଶାନ୍ତକୁ ଥାନା ହାଜତରେ ପିଟି ପିଟି ମାରିଦେଇଛନ୍ତି ଅଭିଯୋଗ କରିଥିଲେ । ୪ ଘଂଟାକାଳ ଥାନା ଘେରିବା ପରେ ଏସଡ଼ିପିଓ ଓ ଏସପି ନୀତିଶେଖର ପହଂଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି । ଉତେଜନା ପ୍ରଶମିତ ହୋଇନାହିଁ । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *