Monday , December 16 2019
Breaking News
Home / କୃଷି / ସଂକ୍ଷେପରେ ତାଜା ଖବର : ବିଧାୟକ ଓ ମନ୍ତ୍ରୀ ଙ୍କ ଆଲୋଚନା ପରେ ସମ୍ବଲପୁର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସଂକ୍ଷେପରେ ତାଜା ଖବର : ବିଧାୟକ ଓ ମନ୍ତ୍ରୀ ଙ୍କ ଆଲୋଚନା ପରେ ସମ୍ବଲପୁର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର ,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତାଜା ସୂଚନା ଅନୁସାରେ ଟୋକନ ବ୍ୟବସ୍ତାକୁ ବିରୋଧ କରି ହଜାର ହଜାର ଚାଷୀ ଟ୍ରାକ୍ଟରରେ ଧାନ ଲୋଡ଼ କରି ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ବିଧାୟକ ରୋହିତ ପୁଜାରୀ ଓ ମନ୍ତ୍ରୀ ଶାସାନ୍ତ ସିଂ ପହଂଚି ଦୀର୍ଘ ସମୟ ଧରି ଚାଷୀଙ୍କ ସହିତ ଆଲୋଚନା କରିବା ପରେ ଚାଷୀ ଆନ୍ଦେଳେନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ଆଜି ଗୁରୁବାର ଥିବାରୁ ଆସନ୍ତା କାଲି ଶୁକ୍ରବାର ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରିବେ । ଟୋକନ ନଥିଲେ ମଧ୍ୟ ଚାଷୀ ମଣ୍ଡିରେ ଧାନ ବିକ୍ରିକରିପାରିବେ । ଏବଂ କୌଣସି ସିମା ରହିବ ନାହିଁ । ଏହା କେବଳ ହୀରାକୁଦ ଜଳସେଚୀତ ଅଂଚଳରେ ଲାଗୁ ହେବ । ଏହି ସିଦ୍ଧାନ୍ତରେ ଉପନିତ ହେବା ପରେ ମନ୍ତ୍ରୀ ଙ୍କ ପ୍ରତିଶୃତି ମିଳିବାରୁ ଚାଷୀ ଆନ୍ଦୋନ ପ୍ରତ୍ୟାହୃତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *